Thursday , June 17 2021
Breaking News
Home / କୃଷି / ମଣ୍ଡିରେ ନେଉ ନାହାଁନ୍ତି ଫନି ପ୍ରଭାବିତ ମୁଗ,ଚାଷୀ ନିରାଷ 

ମଣ୍ଡିରେ ନେଉ ନାହାଁନ୍ତି ଫନି ପ୍ରଭାବିତ ମୁଗ,ଚାଷୀ ନିରାଷ 

ପାଟକୁରା ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-  ବହୁବାର ଦାବି ପରେ ପାଟକୁରା ଅଂଚଳ ପାଇଁ ଗରଦପୁର ସେବା ସମବାୟ ସମିତିରେ ମୁଗ ମଣ୍ଡି ଖୋଲିଛି । ମାର୍କଫେଡ୍ ମାଧ୍ୟମରେ ସେବା ସମବାୟ ସମିତି ଦ୍ୱାରା ଚାଷୀମାନଙ୍କ ଠାରୁ ମୁଗ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ତେବେ ଏହି ମୁଗ ମଣ୍ଡିରେ ଫନି ପ୍ରଭାବିତ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ମୁଗକୁ ଗ୍ରହଣ କରାଯାଉ ନାହିଁ । ଏହି ମୁଗର ମାନ ଠିକ୍ ନ ଥିବା ଦର୍ଶାଇ ମାର୍କଫେଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସେବା ସମବାୟ ସମିତି ମୁଗକୁ ଗ୍ରହଣ କରୁ ନାହାଁନ୍ତି । ମଣ୍ଡିରେ କେବଳ ଏଫ୍ କ୍ୟୁ ମାନର ମୁଗ ସଂଗ୍ରହ କରାଯିବ ବୋଲି ମାର୍କଫେଡ ପକ୍ଷରୁ କୁହାଯାଇଛି । ଫଳରେ ଫନି ପ୍ରଭାବିତ ବାତ୍ୟା ପରେ ବହୁ କଷ୍ଠରେ ମୁଗ ଅମଳ କରିଥିବା ଚାଷୀମାନେ ମଣ୍ଡିରେ ମୁଗ ଦେଇ ନ ପାରି ହତାଷ ହୋଇପଡିଛନ୍ତି । ଅନେକ ଚାଷୀମାନଙ୍କ ପାଖରେ ୨ରୁ ୫ କୁଇଁଣ୍ଟାଲ ପର୍ଯ୍ୟନ୍ତ ମୁଗ ଘରେ ଗଛିତ ରହିଛି । ସେମାନେ ଏହି ମୁଗକୁ ବିକ୍ରୀ କରିବାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଫନି ବାତ୍ୟା ପୂର୍ବରୁ ଅଂଚଳରେ ପ୍ରାୟ ଶତକଡା ୨୦ ଭାଗ ମୁଗ ଅମଳ କରାଯାଇଥିବାବେଳେ,ଅବଶିଷ୍ଟ ୮୦ ଭାଗ ମୁଗ ଫନି ବାତ୍ୟା ପରେ ଚାଷୀମାନେ ଅମଳ କରିଛନ୍ତି । ଏପରିସ୍ଥିତିରେ ଚାଷର କ୍ଷତିକୁ ଭରଣା କରିବା ପାଇଁ ଚାଷୀମାନେ ଏହି ମୁଗକୁ ବାହାର ବଜାରରେ ବିକ୍ରୀ କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ମଣ୍ଡିରେ ସରକାର ମୁଗ ଦର କିଲୋ ପ୍ରତି ଟ.୬୯.୭୫ ପଇସା ରହିଛି । ଫନି ଦ୍ୱାରା ପ୍ରଭାବିତ ମୁଗ ଖୋଲା ବଜାରରେ ୩୦ରୁ ୪୦ ଟଙ୍କା ମଧ୍ୟରେ ବିକ୍ରୀ କରାଯାଉଛି । ଫଳରେ ମୁଗ ଚାଷୀମାନେ ଚଳିତ ବର୍ଷ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କୃଷି ବିଭାଗ ପକ୍ଷରୁ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଗ ଫସଲର ଆକଳନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଚାଷୀମାନଙ୍କୁ କ୍ଷତିପୂରଣ ମିଳିପାରି ନାହିଁ । ଗରଦପୁର ବ୍ଲକ ଅଂଚଳରେ କ୍ଷୟକ୍ଷତି ଆକଳନ ସମୟରେ ଶତକଡା ୩୩ ଭାଗ ମୁଗ ଫସଲ କ୍ଷତିଗ୍ରସ୍ତ ହୋଇଥିବା ନେଇ ମାର୍ଶାଘାଇ କୃଷି ଜିଲା ଅଧିକାରୀ  ଶରତ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ । ତେଣୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସହାୟତା ମିଳିବ କି ନାହିଁ ତାହାକୁ ନେଇ ଚାଷୀମାନେ ସନ୍ଦେହରେ ପଡିଯାଇଛନ୍ତି । ସରକାର ମଣ୍ଡି ମାଧ୍ୟମରେ ଚାଷୀମାନଙ୍କ ଠାରୁ ଫନିରେ ପ୍ରଭାବିତ ମୁଗ କିଣିବା ଦିଗରେ ବିଚାର କରିବାକୁ ଅଞ୍ଚଳର ବହୁ ଚାଷୀମାନେ ଦାବି ଜଣାଇଛନ୍ତି । ଯଦି ସରକାର ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତେ,ତେବେ ମୁଗ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ବହୁ ବରିଷ୍ଠ ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଗରଦପୁର ଠାରେ ଖୋଲାଯାଇଥିବା ମୁଗ ମଣ୍ଡିରେ ମାତ୍ର ଗୋଟିଏ ପାଳିରେ ୬୦କୁଇଁଣ୍ଟାଲ ମୁଗ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ସେବା ସମବାୟ ସମିତିର ସଭାପତି ରଞ୍ଜିତ୍ କୁମାରର ପଣ୍ଡା ପ୍ରକାଶ କରିଛନ୍ତି । ଚାଷୀମାନଙ୍କ ଠାରେ ଏଫ୍ କ୍ୟୁ ମାନର ମୁଗ ଯଥେଷ୍ଟ ନ ଥିବାରୁ ମଣ୍ଡିରେ ମୁଗ ସଂଗ୍ରହ କରିବାରେ ସମସ୍ୟା ଦେଖାଦେଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ପ୍ରକୃତପକ୍ଷେ ଅଧିକ ପରିମାଣରେ ମୁଗ କ୍ଷତି ଘଟିଥିବାବେଳେ କୃଷି ବିଭାଗର ଅଧିତକାରୀମାନେ ବାସ୍ତବରେ ତଦନ୍ତ ନ କରି କାଗଜ ପତ୍ରରେ ୩୩ ଭାଗ ମୁଗ ନଷ୍ଠ ହୋଇଥିବା ଦର୍ଶାଇଥିବା ର୍ଦୁଭାଗ୍ୟ ଜନକ ବୋଲି କ୍ଷତିଗ୍ରସ୍ତ ହୋଇଥିବା ମୁଗ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- …

Leave a Reply

Your email address will not be published. Required fields are marked *