Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଭ୍ରାମ୍ୟମାଣ ଚିକିତ୍ସା ଶିବିର

ଭ୍ରାମ୍ୟମାଣ ଚିକିତ୍ସା ଶିବିର

 

ଛତ୍ରପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ବିରଳ ମୃତିକା (ଇଣ୍ଡିଆନ ରେଆର ଆର୍ଥ) ପକ୍ଷରୁ ଛତ୍ରପୁର ବ୍ଲକ୍ ପୋଡ଼ାପଦର ପଂଚାୟତ  ହୁମ୍ବର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଏକ ଭ୍ରାମ୍ୟମାଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷ ଏମ ଧନଂଜୟ ରେଡ଼ି ଓ ବିରଳ ମୃତିକାର ସିଜିଏମ ଏଜେ ଜନାଥନନ ଏହି ଶିବିରକୁ ଉଦଘାଟନ କରିଥିଲେ । ବ୍ଲକ୍ ର ସମସ୍ତ ପଂଚାୟତରେ ଏହିପରି ଭ୍ରାମ୍ୟମାଣ ଚିକିତ୍ସା ଶିବିର ଆୟୋଜନ କରାଯିବ । ଏହି ଭ୍ରାମ୍ୟମାଣ ଚିକିତ୍ସା ଶିବିରରେ ୩୦୦ ରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଓ ସେମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ବିରଳ ମୃତିକାର ଡ଼ାକ୍ତର ଅର୍ଦ୍ଧନ୍ଦୁ ପଲ ଓ ଡ଼ାକ୍ତର ଉର୍ମିଳା ମିଶ୍ର ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସରପଂଚ ପିତାମ୍ବର ପଣ୍ଡା,ବିରଳ ମୃତିକାର ଡ଼ିଜିଏମ ଗତିକୃଷ୍ଣ ନାୟକ,ଏସଏସ ମଲିକ,ସୁରେଶ ଚନ୍ଦ୍ର ପାତ୍ର,ଫାର୍ମାଶିଷ୍ଟ ଆରକେ ପାତ୍ର,ଟିଏଚ ଆଚାର୍ଯ୍ୟ ,କେସି ପ୍ରଧାନ,ସୁସ୍ମିତା ନାୟକ ,ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *