Friday , June 18 2021
Breaking News
Home / ବିଶେଷ / ଭୂଷଳ ସରପଂଚ ଙ୍କ ପଦବୀ ଗଲା

ଭୂଷଳ ସରପଂଚ ଙ୍କ ପଦବୀ ଗଲା

          ଅର୍ଥ ହେରୋଫେରି ଅଭିଯୋଗ ,ଫସିଲେ ନା ଫସାଇ ଦିଆଗଲା !
ଭୁବନ,୧୮/୦୭/୨୦୧୯ (ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-ଅର୍ଥ ହେରାଫେରି ଅଭିଯୋଗରେ ଭୁବନ ବ୍ଲକ ଭୂଷଳ ପଂଚାୟତର ସରପଂଚ ଚିତ ରଂଜନ ମଲ୍ଲିକଙ୍କୁ ପଦ ହରାଇବାକୁ ପଡିଛି । ଓଡିଶା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସରପଂଚଙ୍କୁ ନିଳମ୍ବିତ କରାଯାଇଛି । ଖବର ନେବାରେ ଜଣାଯାଇଛି ଭୁବନ ବ୍ଲକ ଭୂଷଳ ପଂଚାୟତ ର ସରପଂଚ ଚିତରଂଜନ ମଲ୍ଲିକ ଗତ ପଂଚାୟତ ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ସେ ଶାସକ ଦଳର ଟାର୍ଗେଟରେ ଥିବାରୁ ତାଙ୍କ ନିଲମ୍ବନ କୁ ନେଇ ନାନା କଥା ଶୁଣାଯାଉଛି । ତାଙ୍କର ସ୍ୱଲ୍ପଦିନର କାର୍ଯ୍ୟକାଳ ମଧ୍ୟରେ ସେ ପଂଚାୟତର ବିଭିନ୍ନ ପାଣ୍ଠିର ଦୁରୁପୋଯୋଗ କରିଥିବା ରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କୁହାଯାଉଛି । ସିଏଫସି /ଏସଏଫସି ପାଣ୍ଠିର ଦୁରୁପୋଯୋଗ, ପଲ୍ଲୀସଭା/ ଗ୍ରାମସଭାନକରିବା , ସଠିକ ସମୟରେ ପଂଚାୟତ ରେ ମାସିକ ସଭା ନକରିବା, ପଂଚାୟତର କାର୍ଯ୍ୟକୁ ନିୟମ ଅନୁଯାୟୀ ନକରିବା , ବିଲ କାମରେ ବିଲ ଉଠାଣ ନିମନ୍ତେ ସୁପାରିସ କରିବା ଆଦି ସମସ୍ତ କାର୍ଯ୍ୟ ବିନା ଅନୁମତିରେ ମନଇଚ୍ଛାରେ କରିବା ଯୋଗୁ ଓଡିଶା ଗ୍ରାମପଂଚାୟତ ଅଧିନିୟମ ସେକ୍ସନ ୧୯ ଅନୁଯାୟୀ ଓଡିଶା ପଚାଂୟତରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ ୧୧୮୧୨ ତା ୧୬.୭.୨୦୧୯ ନିଲମ୍ବନ କରାଯାଇଛି ।
ଭୁବନ ବ୍ଲକ ତରଫରୁ ଅଭିଯୋଗରେ ଦର୍ଶାଯାଇଛି ଯେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ୨୦୧୭-୧୮ ମସିହାରେ ସୁଣ୍ଢିକାଟେଣୀ ନଳକୁଅ ପାଖରୁ ପୋଖରୀ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ନିମନ୍ତେ ୧ଲକ୍ଷ , ୨୦୧୮-୧୯ ମସିହାରେ ନୁଆଭୁବନ ଟ୍ରେଡର୍ସରୁ ପାଣି ପାଇପି କିଣିବା ପାଇଁ ୧ଲକ୍ଷ , ତରଙ୍ଗ ମଲ୍ଲିକ ପାଣି ବାଣ୍ଟିବାକୁ ୨ ଲକ୍ଷ ପ୍ରଦାନ କରାଯିବା , ବିଦ୍ୟୁତ ବିଲ ୫୦ହଜାର ସମୁଦାୟ ୪ଲକ୍ଷ ଆତ୍ମସାତ କରିଥିବା ଦର୍ଶାଯାଇଛି ।
୪ର୍ଥ ଏସଏଫଚି ଯୋଜନାରେ ୨୦୧୭-୧୮ ମସିହାରେ କଂଚନବାହାଳୀ ମୁଖ୍ୟ ରାସ୍ତା ରୁ ଉ.ପ୍ରା ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିମନ୍ତେ ଅଗ୍ରିମ ୧ଲକ୍ଷ , ୨୦୧୮-୧୯ ବର୍ଷରେ ଶ୍ମଶାନଘାଟ ନିମନ୍ତେ ସିମେଂଟ, ରଡ କିଣିବା ନିମନ୍ତେ ୫୦ ହଜାରର ବିଲ ପ୍ରଦତ ହୋଇନଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ସୂଚନାଯୋଗ୍ୟ ଭୂଷଳ ପଂଚାୟତକୁ ସୁସ୍ଥ ପଂଚାୟତଭାବେ ସରକାର ୨୦୧୭ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ମନ୍ତ୍ରୀ ପ୍ରତାପ ଜେନା , ତତକାଳିନ ଜିଲାପାଲ ଙ୍କ ଉପସ୍ଥିତିରେ ସରପଂଚ ଚିତ ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ ।
ଭୁବନ ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ବିଶ୍ୱନାଥ ଧଳ ଙ୍କ ନାମରେ ଅଗ୍ରୀମ ୨ ଲକ୍ଷ ଟଙ୍କ ଉଠାଯାଇଥିଲେ ବି କୈଣସି କାମ ହୋଇନଥିବାରୁ ନୋଟିସ ଲାଗିଥିଲା । ଅବଶ୍ୟ ନିର୍ବାହୀ ଅଧରକାରୀ ସମସ୍ତ ଅର୍ଥ ପଇଠ କରିଥିଲେ । ଅପରପକ୍ଷେ ଗତ ସାଧାରଣ ନିର୍ବାଚନରେ ବାତ୍ୟା ଆଶ୍ରୟସ୍ଥଳରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ନିର୍ବାଚନୀ ସଭା କରିବାକୁ ନେଇ ସରପଂଚ ଚିତ ରଂଜନ ମଲ୍ଲିକ ବିରୋଧ କରିବାରୁ ତାଙ୍କ ୧୦ ଦିନ ଜେଲ ଯିବାକୁ ପଡିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ସରପଂଚ ବାସ୍ତବରେ ଅର୍ଥ ହେରେଫେର କରିଛନ୍ତି ନା ତାଙ୍କୁ ରାଜନୈତିକ ଗୋଟିଚାଳନାରେ ଫସାଇ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *