Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / ଭୁଲ୍ ଇେଞ୍ଜକସନରୁ ରୋଗୀ ମୃତୁ୍ୟ ଅଭିଯୋଗ ରେ ନର୍ସିଂହୋମ୍ ରେ ବ୍ୟାପକ ଭଙ୍ଗାରୁଜା : ଡାକ୍ତର, କମ୍ପାଉଣ୍ଡର ଗିରଫ

ଭୁଲ୍ ଇେଞ୍ଜକସନରୁ ରୋଗୀ ମୃତୁ୍ୟ ଅଭିଯୋଗ ରେ ନର୍ସିଂହୋମ୍ ରେ ବ୍ୟାପକ ଭଙ୍ଗାରୁଜା : ଡାକ୍ତର, କମ୍ପାଉଣ୍ଡର ଗିରଫ

କଟକ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- କଟକ  ନିଆଳି ଠାରେ   ଥିବା  ଏକ  ନର୍ସିଂହୋମ୍  କୁ ଆସିଥିବା  ଜଣେ  ୯  ବର୍ଷିୟା ନାବାଳିକାକୁ  ଭୁଲ୍  ଇେଞ୍ଜକସନ୍ ଦିଆଯିବା ଦ୍ୱାରା ତା’ର ମୃତୁ୍ୟ ଘଟିଥିବା ଘଟଣାକୁ  ନେଇ  ସମ୍ପୃକ୍ତ  ଅଂଚଳରେ ଉତେଜନା ଦେଖାଦେଇଛି  । ଉତ୍ୟକ୍ତ ଲୋକେ  ନର୍ସିଂହୋମ୍  ରେ  ବ୍ୟାପକ ଭଙ୍ଗାରୁଜା  କରିଛନ୍ତି   ।  ସ୍ଥାନୀୟ ପୋଲିସ  ଘଟଣାସ୍ଥଳରେ  ପହଂଚି ନର୍ସିଂହୋମ୍  ର  ଡାକ୍ତର  ରାଧାନାଥ ପଣ୍ଡା ଓ କମ୍ପାଉଣ୍ଡର ସରୋଜ ସିଂଙ୍କୁ ଗିରଫ କରିଛି  । ଖବର ନେବାରୁ ଜଣାଯାଏ, ନାବାଳିକା ଜଣକ ଶାରିରୀକ ଅସୁସ୍ଥ ଥିବାରୁ ତାଙ୍କ ମାଆ  ରୀତା  ନାଏକ    ତାଙ୍କୁ  ଚିକିତ୍ସା ନିମନ୍ତେ ନର୍ସିଂହୋମ୍ ରେ ଭର୍ତି କରିଥିଲେ  । ଡାକ୍ତର ଶ୍ରୀ ପଣ୍ଡା ଇେଞ୍ଜକସନ୍ ଦେବା ପାଇଁ  କମ୍ପାଉଣ୍ଡରଙ୍କୁ  ନିର୍ଦ୍ଧେଶ ଦେଇଥିଲେ  । ଇେଞ୍ଜକସନ୍ ନେବାର କିଛି ସମୟ ପରେ ସମ୍ପୃକ୍ତ ନାବାଳିକା ହାତ ମୁଠା କରିଥିଲେ  । ମାଆ ରୀତା ଏ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଥିଲେ । ତେବେ କିଛି ବ୍ୟସ୍ତ ହେବା ଦରକାର ନାହିଁ,  ସବୁ  ଠିକ୍  ହୋଇଯିବ  ବୋଲି ଡାକ୍ତର କହିଥିଲେ  । ଏଥିରେ ବିଶ୍ୱାସ ନହେବାରୁ ରୀତା ଝିଅକୁ ଧରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଥିଲେ  । କିନ୍ତୁ, ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ  । ଏଥିରେ ଉତ୍ୟକ୍ତ ହୋଇ  ମୃତ  ନାବାଳିକାଙ୍କ  ସମ୍ପର୍କୀୟ ମାନେ  ନର୍ସିଂହୋମ୍  ରେ  ବ୍ୟାପକ ଭଙ୍ଗାରୁଜା  କରିଥିଲେ   ।  ପୋଲିସ ପହଂଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *