Thursday , August 5 2021
Breaking News
Home / ବିଶେଷ / ଭୁବନ ରେ ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନ ରେ ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନ ୨୨/୦୬/୨୦୨୧(ଓଡ଼ିଶା ସମାଚାର)-ଭୁବନରେ ତୃତୀୟାଦେବଜୀୟୁ ଙ୍କ ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନିମନ୍ତେ ଆଜି ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ସକାଶେ କେବଳ ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ ବୋଲି ସରକାର ଘୋଷଣା କରିଥିବାରୁ ଭୁବନରେ ମଧ୍ୟ ସରକାରଙ୍କ ନିଷ୍ପତିକୁ ସମର୍ଥନ କରାଯାଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ମନ୍ଦିର ପରିସରରେ ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । କେବଳ ସେବାୟତ,ଟ୍ରଷ୍ଟ କର୍ମକର୍ତା ଓ ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବିଧି ରକ୍ଷା ନିମନ୍ତେ ମହାପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରାଯିବ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଦ୍ୟସେବକ ରାମଚନ୍ଦ୍ର ରାଉତ,ଉପଦେଷ୍ଟା ଗୋପୀନାଥ ମହାନ୍ତି ଙ୍କ ସମେତ ଟ୍ରଷ୍ଟ ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଉପରୋକ୍ତ ନିଷ୍ପତି ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *