Monday , June 21 2021
Breaking News
Home / ବିଶେଷ / ଭୁବନ ମହିଳା ମହାବିଦ୍ୟାଳୟରେ ଦେଶପ୍ରେମ ଦିବସ ପାଳିତ – ‘ଦେଶକୁ ଭଲପାଅ’

ଭୁବନ ମହିଳା ମହାବିଦ୍ୟାଳୟରେ ଦେଶପ୍ରେମ ଦିବସ ପାଳିତ – ‘ଦେଶକୁ ଭଲପାଅ’

ଭୁବନ,୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ‘ଦେଶପ୍ରେମ ଦିବସ’ ପାଳିତ ହୋଇଯାଇଛି । ଏନସିସି ଅଫିସର ପ୍ରମିଳା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅନୁପମା ମିଶ୍ର,ପ୍ରଣତୀ ବେହେରା ,ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଓ ନିରଂଜନ ନାୟକ ପ୍ରମୁଖ ଯୋଗଦେଇଉପସ୍ଥିତ କ୍ୟାଡେଟ ଏବଂ ଛାତ୍ରୀ ମାନଙ୍କୁ ଦେଶପ୍ରେମର ବାର୍ତା ପ୍ରଦାନ କରି ‘ଦେଶକୁ ଭଲପାଅ’ ବୋଲି ଆହ୍ୱାନ  କରିବା ସହିତ ରାଷ୍ଟ୍ରଗଠନରେ ନିଜକୁ ସାମିଲ କରିବା ନିମନ୍ତେ ଶପଥପାଠ କରାଇଥିଲେ । ଏହି ଅବସରରେ କୃତୀ କ୍ୟାଡେଟ ଓ ଛାତ୍ରୀ  ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *