Saturday , July 31 2021
Breaking News
Home / ବିଶେଷ / ଭୁବନ ଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ବେଶ

ଭୁବନ ଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ବେଶ

ଭୁବନ ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ଭୁବନର ତୃତୀୟାଜୀୟୁ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ମହାପ୍ରଭୁଙ୍କର ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ,ଉପଦେଷ୍ଟା ଗୋପୀନାଥ ମହାନ୍ତି,ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର ଓ ସ୍ୱଳ୍ପ ସଂଖ୍ୟକ କର୍ମକର୍ତା ଙ୍କ ଉପସ୍ଥିତିରେ ନିରାଡମ୍ବର ଭାବେ ସେବାୟତ ମାନେ ମନ୍ଦିରରେ ନେତ୍ରୋତ୍ସବ କରିଥିଲେ । ବିନା ଭକ୍ତରେ ମହାପ୍ରଭୁଙ୍କର ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଜ୍ୱରରୁ ସୁସ୍ଥ ହୋଇ ନବଯୌବନ ବେଶ ଧାରଣ କରିଥିବା ବେଳେ ଭକ୍ତମାନେ ଦର୍ଶନ କରିନପାରି ହତାଶ ହୋଇପଡିଥିଲେ । ମହାମାରୀ କରୋନା ସକାଶେ ସରକାରଙ୍କ କଟକଣା ଯୋଗୁ ଚଳିତବର୍ଷ ମନ୍ଦିର ପରିସର ମଧ୍ୟରେ ବିଧିରକ୍ଷା ପୂର୍ବକ ନୀତିକାନ୍ତି କରାଯାଇ ରୀତିନୀତି ଅନୁଯାୟୀ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ସୂଚନା ଦିଆଯାଇଛି । ତେବେ ଭକ୍ତଙ୍କର ମନ୍ଦିର ପ୍ରବେଶ କୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *