Wednesday , August 4 2021
Breaking News
Home / ବିଶେଷ / ଭୁବନ ଏନଏସି : ୧ ନମ୍ବର ୱାର୍ଡରେ ଖରାଦିନେ ମଧ୍ୟ ରାସ୍ତାରେ ପାଣି କାଦୁଅ

ଭୁବନ ଏନଏସି : ୧ ନମ୍ବର ୱାର୍ଡରେ ଖରାଦିନେ ମଧ୍ୟ ରାସ୍ତାରେ ପାଣି କାଦୁଅ

ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ର ୧ ନମ୍ବର ୱାର୍ଡ ସବୁଠାରୁ ଚଉଡା ରାସ୍ତା ଥିବା ବେଳେ ଏନଏସି ପ୍ରଶାସନର ଖାମଖିଆଲି ନୀତି ସାଙ୍ଗକୁ ଦୂରଦୃଷ୍ଟି ଅଭାବ ଓ ବେଆଇନ ଭାବେ ରାସ୍ତା ମଝିରେ ଡ୍ରେନ ନିର୍ମାଣ ଯୋଗୁ ରାସ୍ତା ସଂକୁଚିତ ହୋଇଯାଇଛି । ମଇଳା ପାଣି ନିଷ୍କାସନର କୌଣସି ବାଟ ନଥିବା ବେଳେକେବଳ ଠିକାଦାରୀ ତୋଷଣ ଓ ପିସି ଖିଆ ନୀତି ପାଇଁ ତୃଟିପୂର୍ଣ୍ଣ ପ୍ଲାନରେ ଡ୍ରେନ ନିର୍ମାଣ କରିଥିଲା । ଫଳରେ ଏବେ ଲୋକେ ହିନସ୍ତା ହେଉଛନ୍ତି । ସାମାନ୍ୟ ବର୍ଷାରେ ରାସ୍ତାରେ ବର୍ଷାପାଣି ସାଙ୍ଗକୁ ଡ୍ରେନର ମଇଳା ପାଣି ଲହଡି ଭାଙ୍ଗୁଛି ଓ ଲୋକଙ୍କ ଘରେ ମଧ୍ୟ ପାଣି ପଶୁଛି । ବର୍ଷାଦିନେ ଏହି ଅଂଚଳର କେତେକ ଲୋକ ଜଳବନ୍ଦି ଅବସ୍ଥାରେ ରହୁଛନ୍ତି । ୧ ନମ୍ବର ୱାର୍ଡର ମଙ୍ଗୁଳି ପାତ୍ର ଘର ଠାରୁ ଗୋଡିପୋଖରୀ ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯିବା ବଦଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ୱେ ବଉଳଛକ ଠାରୁ ସିନେମାହଲ ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯାଇଛି । ଆରମ୍ଭ ଓ ଶେଷ ନାହିଁ ,କେବଳ ମଝି ଅଂଚଳ ଖଣ୍ଡିକ ଡ୍ରେନ ହୋଇଛି । ଡ୍ରେନ ପାଣି କେଉଁଠୁ ଆସିବ ଓ କେଉଁଠାରେ ମିଶିବ ସେ ସଂପର୍କରେ ଏନଏସି କର୍ତୃପକ୍ଷ ଓ ବିଭାଗୀୟ ଯନ୍ତ୍ରୀ ଜାଣିନାହାଁନ୍ତି । କେବଳ ପିସି ଖାଇବାକୁ ମନଇଚ୍ଛା ଡ୍ରେନ ନିର୍ମାଣ କରି ଲୋକଙ୍କୁ ହଇରାଣ କରୁଛନ୍ତି  ବୋଲି ଲୋକେ କହୁଛନ୍ତି ।  ଏହି ଡ୍ରେନ ବର୍ତମାନ ସଂପୂର୍ଣ୍ଣ ପୋତା ପଡିଯାଇଥିବାରୁ ରାସ୍ତାରେ ଅନବରତ ପାଣିଚାଲୁଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *