Tuesday , June 15 2021
Breaking News
Home / ବିଶେଷ /    ଭୁବନରେ  ନିରାଡମ୍ବର ଭାବେ ଶ୍ରୀରାମ ନବମୀ ପୂଜା    

   ଭୁବନରେ  ନିରାଡମ୍ବର ଭାବେ ଶ୍ରୀରାମ ନବମୀ ପୂଜା    

ଭୁବନ ୨୨/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଥିବା ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ସରକାରଙ୍କ କୋଭିଡ କଟକଣା ଯୋଗୁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାନଯାଇ ମନ୍ଦିର ଦୁଆରେ ପ୍ରତୀକାତ୍ମକ ମୂର୍ତୀ ରଖି ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃ ସମୟରୁ ମାନସିକ ବ୍ରତଧାରୀ ମାନେ ବେଶ ଶୃଙ୍ଖଳିତ ଭାବେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ପୂଜା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *