Monday , June 21 2021
Breaking News
Home / ବିଶେଷ /   ଭୀମଟାଙ୍ଗି ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ

  ଭୀମଟାଙ୍ଗି ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ

 

ଭୁବନେଶ୍ୱର,୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଭୀମଟାଙ୍ଗି ଉନ୍ନୟନ ପରିଷଦର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଛି । ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଭୀମଟାଙ୍ଗି ଆକାଶ ବିହାର ଗୋଷ୍ଠୀ କେନ୍ଦ୍ରଠାରେ ମହାଯଜ୍ଞ ଶ୍ରୀମଦ୍ ଭାଗବତ ପରାୟଣ କରାଯାଇଥିଲା । ଏଥିରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ଏଥିରେ ସୁନାମଧନ୍ୟ ପ୍ରବକ୍ତାବୃନ୍ଦ ପ୍ରବଚନ ପ୍ରଦାନ କରିଥିଲେ । ପ୍ରବକ୍ତା ପଣ୍ଡିତ ଆଚାର୍ଯ୍ୟ ମହାଦେବ ରଥ, ନାରାୟଣ ମହାପାତ୍ର, ଅନିଲ୍ କୁମାର ଦାସ, ପଣ୍ଡିତ ବିଭୂତି ଭୂଷଣ ପଲା, ଜଗଦୀଶ ମିଶ୍ର, ଡ଼ କୃଷ୍ଣକେଶବ ଷଡଙ୍ଗୀ, ପଣ୍ଡିତ ଗୋପାଳଚନ୍ଦ୍ର ରାଜଗୁରୁ, ନିର୍ବାଣ ସନ୍ଥ ଭଗବାନଦାସ ମହାରାଜ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ । ଏହାକୁ ପରିଷଦର ସଭାପତି ପୁରୁଷୋତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଚିତ୍ରସେନ ବିଶୋଇ ଓ ସଭ୍ୟମାନେ ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *