Sunday , June 20 2021
Home / ସ୍ୱାସ୍ଥ୍ୟ / ଭିମସାର୍ ଓ ଏସସିବି ନର୍ସିଂ କଲେଜର ୭୦ ପଦବୀକୁ ଅନୁମୋଦନ

ଭିମସାର୍ ଓ ଏସସିବି ନର୍ସିଂ କଲେଜର ୭୦ ପଦବୀକୁ ଅନୁମୋଦନ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲାସ୍ଥିତ ଭିମସାର ନର୍ସିଂ କଲେଜ ଓ କଟକସ୍ଥିତ ଏସ୍ସିବି ନର୍ସିଂ କଲେଜ ପାଇଁ ୭୦ଟି ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି । ବୁର୍ଲାସ୍ଥିତ ଭିମସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ ପ୍ରିନ୍ସିପାଲ ପଦବୀ, ଗୋଟିଏ ଭାଇସ୍ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ତିନୋଟି ଆସୋସିଏଟ ପ୍ରଫେସର, ଆଠଟି ଅଧ୍ୟାପକ ଓ ଦଶଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି । ସେହିପରି କଟକସ୍ଥିତ ଏସସିବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ ପ୍ରିନ୍ସିପାଲ ପଦବୀ, ଗୋଟିଏ ଭାଇସ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ୪ଟି ଆସୋସିଏଟ ପ୍ରଫେସର, ୬ଟି ଅଧ୍ୟାପକ ଓ ୧୯ଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *