Monday , June 21 2021
Breaking News
Home / ବିଶେଷ / ଭିନ୍ନକ୍ଷମ ରତିକାନ୍ତ ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ 

ଭିନ୍ନକ୍ଷମ ରତିକାନ୍ତ ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ 

ରଘୁନାଥପୁର ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଂଚାୟତର କଳିଙ୍ଗା ଗ୍ରାମର ଧର୍ନୁର୍ଦ୍ଧର ମଲ୍ଲିକଙ୍କ ପୁଅ ରତିକାନ୍ତ ମଲ୍ଲିକ ଆଜକୁ ୨ବର୍ଷ ତଳେ ଏକ ୩୦ ଫୁଟ ତାଳ ଗଛରୁ ଖସିପଡି ଥିଲେ । ଫଳରେ ତାଙ୍କର ଅନ୍ଟା ମେରୁଦଣ୍ଡ ହାଡ ଭାଙ୍ଗିଯାଇ କିଡ୍ନି ନଷ୍ଟ ହୋଇଯାଇଛି । ଅନ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି । ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନାହାଁନ୍ତି । ୨ବର୍ଷ ଧରି ଶଯ୍ୟାଶାୟୀ ହୋଇ ଘରେ ପଡି ଅଛନ୍ତି । ଏକ ଭଙ୍ଗା ଦଦର କୁଡିଆ ଘରେ ରତିକାନ୍ତ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏକମାତ୍ର ରୋଜଗାର କ୍ଷମ ପୁଅର ଏଭଳି ଅବସ୍ଥା ଦେଖି ତାଙ୍କର ବାପା ମା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଦାରିଦ୍ର୍ୟର କଷା ଧାତ ମଧ୍ୟରେ ଉବୁଟୁବୁ ହେଉଥିବା ଦିନ ମଜୁରୀଆ ଜଣେ ଭୂମିହୀନ ଅତ୍ୟନ୍ତ ଗରିବ ଧର୍ନଦ୍ଧର ଚିକିତ୍ସା ବୋଝ ବହନ କରିବା ପାଇଁ ସଂପୂର୍ଣ୍ଣ ଅକ୍ଷମ ଅଟନ୍ତି । ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଗରିବ ଭିନ୍ନକ୍ଷମ ରତିକାନ୍ତର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତ ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *