Monday , June 14 2021
Breaking News
Home / ବିଶେଷ / ଭିନ୍ନକ୍ଷମ ଯୁବତୀଙ୍କୁ ଭତା ପ୍ରଦାନ ପାଇଁ ଭେଟିଲେ ଜିଲ୍ଲାପାଳଙ୍କୁ

ଭିନ୍ନକ୍ଷମ ଯୁବତୀଙ୍କୁ ଭତା ପ୍ରଦାନ ପାଇଁ ଭେଟିଲେ ଜିଲ୍ଲାପାଳଙ୍କୁ

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଜନୈକ ଭିନ୍ନକ୍ଷମ ଯୁବତୀଙ୍କୁ ଭତା ପ୍ରଦାନ ପାଇଁ ସୋମବାର ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ମୈାସୁମୀ ଲେଙ୍କା ଅଭିଯୋଗ କରିଛନ୍ତି ଯେ ସେ ଜଣେ ଭିନ୍ନକ୍ଷମ ଏବଂ ବାମନ ଯୁବତୀ ହୋଇଥିବାରୁ କୈାଣସି କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ହୁଏନାହିଁ । ସେ ଅନେକ ସମୟରେ ଅର୍ଦ୍ଧାହାର ଓ ଅନାହାରରେ ରୁହନ୍ତି । ତେଣୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସହିତ ଅନ୍ତ୍ୟୋଦୟ ଯୋଜନାରେ ଏକ କାର୍ଡ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *