Thursday , June 17 2021
Home / ବିଶେଷ / ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ

ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ

ଗରଦପୁର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ସାମଜୀକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଓଡ଼ିଶା ଓ ଜିଲା ସାମାଜୀକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପଳସୁଧା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ପଳସୁଧା,ବନ୍ତଳା ଓ ତେଣ୍ଡାକୁଡ଼ା ପଂଚାୟତର ଭିନ୍ନକ୍ଷମ ମାନଙ୍କର ଏକ ଚିହ୍ନଟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଭିନ୍ନକ୍ଷମ ମାନଙ୍କର ଚିହ୍ନଟ ଓ ସେମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେବାର ପ୍ରଚାର ବ୍ୟବସ୍ଥା ଏବଂ ଡ଼ାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି । ଆଖି, କାନ , ଗଳା କର୍ଣ୍ଣ ଏବଂ ଫିଜିଓଥେରାପି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ଏହି ଶିବିରରେ ୧୯୩ ଜଣ ଭିନ୍ନକ୍ଷମ ସେମାନଙ୍କର ନାମ ପଂଜିକରଣ କରିଥିଲେ । ପଳସୁଧା ପଂଚାୟତ ସରପଂଚ ଅନୁଜ କୁମାର ମହାନ୍ତି, ବନ୍ତଳା ପଂଚାୟତ ସରପଂଚ ନିଳିମା ସାମଲ ଓ ତେଣ୍ଡାକୁଡ଼ା ପଂଚାୟତ ସରପଂଚ ମଳୟା ବାସିନୀ ମହାନ୍ତି ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା ଙ୍କ ଉପସ୍ଥିତିରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଧରଣୀଧର ବେହେରା ଏହି ଶିବିରକୁ ଉଦଘାଟନ କରିଥିଲେ । ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ଶିବିରକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *