Tuesday , August 3 2021
Breaking News
Home / କୃଷି / ଭିନ୍ନକ୍ଷମ ଚାଷୀଙ୍କ ହୃଦଘାତରେ ମୃତୁ୍ୟ

ଭିନ୍ନକ୍ଷମ ଚାଷୀଙ୍କ ହୃଦଘାତରେ ମୃତୁ୍ୟ

କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଭିନ୍ନକ୍ଷମ ଚାଷୀ କାହ୍ନୁ ଚରଣ ସାହୁ(୬୫)ଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ଗରିବ ଓ ଭିନ୍ନକ୍ଷମ ଥିଲେ । ଭାଗଚାଷ କରି ଓ ମୁଲ ଲାଗି ସେ କୁଟୁମ୍ବ ପୋଷୁଥିଲେ । ରବିବାର ରାତିରେ ଶୋଇଥିବା ବେଳେ ସକାଳେ ତାଙ୍କର ମୃତ ହୋଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତାଙ୍କ ପୁତ୍ର ନାରଣ ସରପଂଚ ପିତବାସ ବେହେରାଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଖବର ପାଇ ସମାଜସେବୀ ଦେବାଶିଷ କୁବେର, ପୂର୍ବତନ ସରପଂଚ ଲୋପାମୁଦ୍ରା ବାରିକ ଓ ସରପଂଚ ପହଂଚି ସଂସ୍କାର ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ । କଜଳା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । କରୋନା ସମୟରେ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଖାଦ୍ୟ କିଟ ପ୍ରଦାନ କରାଯାଇ ସହାୟତା କରାଯାଇଥିଲା । ପଂଚାୟତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସରପଂଚ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ଶେଷକୃତ୍ୟ ବେଳକୁ ତାଙ୍କର ପୁତ୍ର,ଝିଅ, ଜ୍ୱାଇଁ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *