Thursday , August 5 2021
Breaking News
Home / ବିଶେଷ / ଭାରସାମ୍ୟ ହରାଇ ମର୍ମନ୍ତୁଦ କାର ଦୁର୍ଘଟଣା:ଦୁଇ ମୃତ :ଦୁଇ ଗୁରୁତର 

ଭାରସାମ୍ୟ ହରାଇ ମର୍ମନ୍ତୁଦ କାର ଦୁର୍ଘଟଣା:ଦୁଇ ମୃତ :ଦୁଇ ଗୁରୁତର 

କନ୍ଧମାଳ, ୦୯/୦୬/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲାର  ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର  ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର ୪  ଜଣ ବ୍ୟକ୍ତି  ଓଡ଼ି-୧୬-  ୦୯୧୦ ନମ୍ବର ବିଶିଷ୍ଟ ଏକ କାର ରେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାରଟି ଭାରସ୍ୟାମ ହରାଇ ରାସ୍ତା କଡ଼ର ଏକ ଗଛ ରେ ପିଟି ହୋଇଥିଲା ଏଥିରେ ଘଟଣା ସ୍ଥଳରେ ଜଣେ ମହିଳା ଓ ପୁରୁଷ ଙ୍କ ମୃତ୍ୟୁ ହୋଇଥିବା ବେଳେ ରୀନା କମ୍ପା(୩୦) ଓ ଭଗବାନ କମ୍ପା (୩୫)ଉଭୟ  ସ୍ୱାମୀ ସ୍ତ୍ରୀ ଦୁଇଜଣ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି l ଏପଟେ ମୃତକ ସୁରେନ୍ଦ୍ର ନାୟକ ଓ ପତ୍ନୀ ନମିତା ନାୟକ ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମ ର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ପୁରୁଣାକଟକ ପୋଲିସ ଘଟଣା ର ତଦନ୍ତ ଜାରୀ ରଖିଛି । ଓଡିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *