Thursday , June 17 2021
Breaking News
Home / ବିଶେଷ / ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ବାଲେଶ୍ୱର ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ବାଲେଶ୍ୱର ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବାଲେଶ୍ୱର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ବାଲେଶ୍ୱର ଶାଖା ତରଫରୁ ବାଲେଶ୍ୱର ସ୍ଥିତ ଆଜିମାବାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ପାତ୍ର ଉଦ୍ଧଘାଟନ କରିଥିଲେ ଓ ସଙ୍ଗଠନର ଜିଲ୍ଲା ସଭାପତି ବସନ୍ତ କୁମାର ଭୋଇ ଅତିଥି ମାନଙ୍କୁ ମଂଚ ଆହ୍ୱାନ ଏବଂ ଅତିଥି ପରିଚୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦିକା ପ୍ରତିମା ପାଢ଼ୀ ଆଜିର ମହିଳାମାନେ ନିଜ ନିଜ ପ୍ରଚେଷ୍ଟାରେ ସ୍ୱାବଲମ୍ବୀ ହୋଇ ପାରିଥିବା ଓ ମହିଳାମାନେ ଚାହିଁଲେ ଦେଶର ଉନ୍ନତି ହୋଇ ପାରିବ ବୋଲି କହିଥିଲେ । ମହିଳାମାନଙ୍କ ପାଇଁ ଆନ୍ତର୍ଜାତିକ ସ୍ତରରେ ଏହି ଦିବସକୁ ସ୍ୱୀକୃତ ମିଳି ଥିବାରୁ ନାରୀ ମାନଙ୍କ ପାଇଁ ଏହା ଏକ ଗର୍ବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଅନ୍ୟ ଶିକ୍ଷୟତ୍ରୀ ଓ କର୍ମକର୍ତାଙ୍କ ସହ ସଂଗଠନର ସଦସ୍ୟ କୁଞ୍ଜମଣି ସ୍ୱାଇଁ, ରଶ୍ମିରେଖା ଭଉଣୀ, ମୋନାଲିସା ମହାନ୍ତି ଉପସ୍ଥିତ ରହି ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ ଏବଂ ପରିଚାଳନା କରିଥିଲେ । ଶେଷରେ ଅନ୍ୟତମ ସଦସ୍ୟ ଗଣେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *