Thursday , June 24 2021
Breaking News
Home / ବିଶେଷ / ଭାବ, ଭକ୍ତି ଓ ସମର୍ପଣର ଠାକୁର ଶ୍ରୀଜଗନ୍ନାଥ

ଭାବ, ଭକ୍ତି ଓ ସମର୍ପଣର ଠାକୁର ଶ୍ରୀଜଗନ୍ନାଥ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଡାକ୍ତର କବିପ୍ରସାଦ ମିଶ୍ର ସ୍ମୃତି ପରିଷଦର ୬୯ତମ ମାସିକ ଆଲୋଚନାଚକ୍ର ଓଡ଼ିଆ ଲେଖକ ସମବାୟ ସମିତି ପରିସରରେ ମିନତୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଇଂ ଗଣେଶ ଚନ୍ଦ୍ର ପଣ୍ଡା, ଆଲୋଚକ ଭାବେ ବାବାଜି ଚରଣ ବିଶ୍ୱାଳ, ଆରତି କର, ବିଜୟ କୁମାର ମହାନ୍ତି, ବିରଜା ପ୍ରସାଦ ଶତପଥୀ, ଉଦୟ ନାଥ ତ୍ରିପାଠୀ, ଡାକ୍ତର ରାଜେନ୍ଦ୍ର ଶତପଥୀ, ଡାକ୍ତର ସନ୍ଧ୍ୟାରାଣୀ ଶତପଥୀ, ରାମନାରାୟଣ ମିଶ୍ର, ଯୋଗଦେଇ କହିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବ, ଭକ୍ତି, ସମର୍ପଣର ଠାକୁର । ବିଭିନ୍ନ ଉଦାହରଣ ଦେଇ ଆଲୋଚକମାନେ ନିଜ ନିଜର ଦିବ୍ୟ ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେବାସହ କବିପ୍ରସାଦ ମିଶ୍ରଙ୍କ ଦିବ୍ୟ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଦାମୋଦର ସେନାପତି, ମଧୁସ୍ମିତା ବିଶ୍ୱାଳ ଭଜନ ଗାନ କରିଥିଲେ । ପ୍ରଦୀପ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ …

Leave a Reply

Your email address will not be published. Required fields are marked *