Thursday , June 17 2021
Home / ବିଶେଷ / ଭାଗବତ ଜନ୍ମ ଉତ୍ସବ ପାଳିତ

ଭାଗବତ ଜନ୍ମ ଉତ୍ସବ ପାଳିତ

ଗରଦପୁର,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପବିତ୍ର ଇନ୍ଦୁ ପୂର୍ଣ୍ଣମୀ ଓ ଭାଗବତ ଜୟନ୍ତି ଅବସରରେ ଶନିବାର ବିଭିନ୍ନ ମଠ,ମନ୍ଦିର ଓ ଠାକୁରବାଡି ଥିବା ସ୍ଥାନ ମାନଙ୍କରେ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ପାଟକୁରା ସ୍ଥିତ ଶ୍ରୀ କହ୍ନଇଲାଲଜୀଉଙ୍କ ମଠରେ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ସନ୍ଧ୍ୟାରେ ମଠରେ ଭଜନ କିର୍ତନ କରାଯିବା ସହ .ଶ୍ରୀ ବିଗ୍ରହଙ୍କୁ ପୂଜାପାଠ ଓ ଭାଗବତ ପାଠ କରାଯାଇଥିଲା । ଏବଂ ପୀଠରେ ବର୍ଷ ଧରି ଚାଲୁଥିବା ଭାଗବତ ପଠନର ସମାପ୍ତ କରାଯିବା ସହିତ ଭାଗବତ ପ୍ରଥମ ଖଣ୍ଡର ପ୍ରଥମ ଭାଗ ପାଠ କରାଯାଇ ଶୁଭାରମ୍ଭ କରାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘର ଆନୁକୂଲ୍ୟରେ ଗରଦପୁର,ପାଟକୁରା,ମାର୍ଶାଘାଇ,ମହାକାଳପଡା ବ୍ଲକ ଅଂଚଳର ବିଭିନ୍ନ ସଂକିର୍ତନ ମଣ୍ଡଳୀଗୁଡିକର ନାମ ମଣ୍ଡପରେ ଭାଗବତ ଗାଦିରେ ଏବଂ ବିଭିନ୍ନ ମଠ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ମହାସଂଘ ଆହ୍ନାନରେ ଅନୁଷ୍ଠିତ ଉତ୍ସବରେ ଆଜି ଶତାଧିକ କିର୍ତନ କଳାକାରମାନେ ନିଜ ନିଜ ସ୍ଥାନମାନଙ୍କରେ ଆଧ୍ୟାତ୍ମିକ ବୃକ୍ଷରୋପଣ କରିବା ସହିତ ଗ୍ରାମରେ ସଂକିର୍ତନ ଶୋଭାଯାତା୍ର ଓ ଭାଗବତ ପଠନ କରିଥିଲେ । ମହାସଂଘ ପକ୍ଷରୁ ସଭାପତି ନବଘନ ନାୟକ,ସମ୍ପାଦକ ନିଶାମଣୀ ନନ୍ଦୀ,ଜୟଦେବ ସାହୁ,ଉଦୟ କୁମାର ନାଥ,ଅଭୟ ସାହୁ,ଶୁକଦେବ ଦାସ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଶ୍ରୀ ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କୁ ସାଥିରେ ନେଇ ନାରଣପୁରସ୍ଥିତ ଭାଗବତ ଅନୁଷ୍ଠାନପରେ ପହଂଚିଥଲେ । ସେଠାରେ ଗ୍ରାମବାସୀମାନେ ବିଗ୍ରହ ସହିତ ସଂକିର୍ତନ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ସେହି ଗ୍ରାମର ମଧ୍ୟବର୍ତୀ ସ୍ଥାନରେ ଥିବା ଶ୍ରୀ ନାରାୟଣଜୀଉ ଭାଗବତ ଟୁଙ୍ଗିରେ ବାର୍ଷିକ ଉତ୍ସବ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ମୂରବୀ ସୁଦର୍ଶନ ଚଇନି,ବୈଷ୍ଣବ ଚରଣ ବସନ୍ତିଆ,ଗୋବର୍ଦ୍ଧନ ଦାସ, ତରଣୀସେନ ଦାସ,ନିକୁଞ୍ଜ ସ୍ୱାଇଁ, ଉତମ ଦାସ ଓ ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *