Tuesday , June 15 2021
Breaking News
Home / ବିଶେଷ / ଭର୍ତୃହରି ମହତାବ ଶ୍ରମ ଓ ନିୟୋଜନ ସଂସଦୀୟ କମିଟି ଅଧ୍ୟକ୍ଷ ନିଯୁକ୍ତ

ଭର୍ତୃହରି ମହତାବ ଶ୍ରମ ଓ ନିୟୋଜନ ସଂସଦୀୟ କମିଟି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର ,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ସଂସଦର ବିଭିନ୍ନ କମିଟିରେ ଓଡିଶାର ସାଂସଦ ମାନଙ୍କୁ ନିଯୁକ୍ତି ମିଳିଛି ।ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ ଭର୍ତୃହରି ମହତାବଙ୍କୁ ନିଯୁକ୍ତି ମିଳିଥିବା ବେଳେ ଗୃହ କମିଟି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ସଭ୍ୟ ଭାବେ ନିଯୁକ୍ତି ମିଳିଛି ।ସେହିପରି ଅର୍ଥ କମିଟିରେ ପିନାକୀ ମିଶ୍ର ଓ ଅମର ପଟୟଟନାୟକ ସଭ୍ୟ ରହିଥିବା ବେଳେ କୋଇଲା ଓ ଖଣି କମିଟିରେ ବସନ୍ତପଣ୍ଡା ଓ ପ୍ରଶାନ୍ତ ନନ୍ଦ , ରେଲୱେ କମିଟିରେ ଅନୁଭବ ମହାନ୍ତଶ ଓ ସଂଗୀତା ସିଂହଦେଓ ସଭ୍ୟ ରହିଛନ୍ତି । ବାଣିଜ୍ୟ କମିଟିରେ ମଂଜୁଲତା ମଣ୍ଡଳ ସଭ୍ୟ ରହିଥିବା ବେଳେ ସାର ଓ ରସାୟନ କମିଟିରେ ରଂଜୀବ ବିଶ୍ୱାଳ ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି ।ଜଳଗ୍ଧବୟଙ୍ଗଦ କମିଟିରେ ନରେନ୍ଦ୍ର ସ୍ୱାଇଁ ସଭ୍ୟ ରହିଥିବା ବେଳେ ବୈଦେଶିକ ବ୍ୟାପାର କମିଟିରେ ଡ. ଅଚ୍ୟୁତ ସାମନ୍ତ , ଆଇନନ୍ୟାୟ ଓ ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ଚନ୍ଦ୍ର ଶେଖର ସାହୁ , ମାନବ ସମ୍ବଳ କମିଟିରେ ଚନ୍ଦ୍ରାଣୀ ମୁର୍ମୁ ଓ ସସ୍ମିତପାତ୍ର , ଖାଦ୍ୟ ଓ ସାଧାରଣ ବଂଟନ କମିଟିରେ ପ୍ରମିଳା ବିଷୋୟୀ ଓ ସପ୍ତଗିରି ଉଲାକା , ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ ଓ ରାଜଶ୍ରୀ ମଲ୍ଲିକ , ପରିବହନ ଓ ପର୍ଯ୍ୟଟନ ସଂସ୍କୃତି ବିଭାଗରେ ପ୍ରସନ୍ନ ଆଚାର୍ଯ୍ୟ , ସହରାଂଚଳ ବିକାଶକମିଟିରେ ଅପରାଜିତା ଷଡଙ୍ଗୀ ସଭ୍ୟ ଭାବେ ନିଯୁକ୍ତିପାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *