Friday , June 18 2021
Breaking News
Home / ଶିକ୍ଷା / ଭରତପୁର ପ୍ରାଥମିକ ବିଦ୍ୟାଳୟରେ ମୋସ୍କୁଲ ଅଭିଯାନ ବୈଠକ

ଭରତପୁର ପ୍ରାଥମିକ ବିଦ୍ୟାଳୟରେ ମୋସ୍କୁଲ ଅଭିଯାନ ବୈଠକ

କେନ୍ଦ୍ରାପଡା, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ କମିଟି ଗଠନ ନିମନ୍ତେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ  ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅପରାଜିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ “ମୋ ସ୍କୁଲ ଅଭିଯାନ କମିଟି ଗଠନ ନିମନ୍ତେ ସବିଶେଷ ଆଲୋଚନା କରିଥିଲେ । ଭରତପୁର ପ୍ରାଥମିକ ବିଦ୍ୟାଳୟ “ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଭାବରେ ଶିବ ପ୍ରସାଦ ଦାସ, ସଦସ୍ୟ ଭାବରେ ପୁରାତନଛାତ୍ର ଚିତରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ଶକ୍ତି ପ୍ରସାଦ ମହାନ୍ତି, ଗୈାରାଙ୍ଗ ଚରଣ ସେଠୀ, ଅକ୍ଷୟ କୁମାର ବେହେରା ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅପରାଜିତା ମହାନ୍ତିଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବୈଠକରେ ଆଲୋଚନା କରାଯିବା ସହ ଆଗାମୀ ଦିନରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଏହି ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତିି ଗ୍ରହଣ କରାଯାଇଛି । ଏହି ବୈଠକରେ ପୁରାତନଛାତ୍ର ଶ୍ରୀଚରଣ ବେହେରା,ଶୁକାନ୍ତ କୁମାର ମଳିକଙ୍କ ସମେତ ବହୁ ପୁରାତନଛାତ୍ର ଓ ଶିକ୍ଷୟତ୍ରୀ ମୀନତୀବାଳା ମଲ୍ଲିକ,ସି.ଆର.ସି.ସି. ଶୈଲେନ କୁମାରେ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *