Tuesday , June 15 2021
Breaking News
Home / ବିଶେଷ / ଭରତପୁର ପଂଚାୟତରେ ମୋ ପଂଚାୟତ ଅଭିଯାନ   ଅନୁଷ୍ଠିତ

ଭରତପୁର ପଂଚାୟତରେ ମୋ ପଂଚାୟତ ଅଭିଯାନ   ଅନୁଷ୍ଠିତ

କେନ୍ଦ୍ରାପଡ଼ା,୨୨/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର  ପଂଚାୟତରେ ରାଜ୍ୟ ସରକାରଙ୍କ “ମୋ ପଂଚାୟତ ଅଭିଯାନ  କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ  ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ  କାର୍ଯ୍ୟକ୍ରମକୁ ଉଦଘାଟନକରି ସରକାରଙ୍କ ୫ଟି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଓ ସମସ୍ତେ ମିଳିମିଶି  କାମକରିବାର ପ୍ରଣାଳି  ଉପରେ  ଆଲୋଚନା କରିଥିଲେ  । ଏତଦବ୍ୟତିତ  ଉପସ୍ଥିତ ଥିବା  ସ୍ୱେଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନଙ୍କୁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେବା ସହ ଗ୍ରାମପଂଚାୟତକୁ ଆସିଥିବା ଅନୁଦାନରେ ପ୍ରାଥମିକତା ଭିତିରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଗୁଡିକର ମରାମତି କରାଯିବ ବୋଲି   କହିଥିଲେ  । ସରପଂଚ ଶ୍ରୀମତୀ  ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ନୋଡାଲ ଅଫିସର ସଶ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ, ଜି.ଆର.ଏସ.କ୍ଷଣପ୍ରଭା ରାଉତ, ଗ୍ରାମ୍ୟ କୃଷିସେବକ ଜାନକୀ ନାୟକ,ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି କର୍ମୀ,  ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା, ସଦସ୍ୟା, ଆଶାକର୍ମୀ , ଏ.ଏନ.ଏମ.,  ପଶୁଚିକିସôକ  ପ୍ରମୁଖ   ଯୋଗଦେଇ   ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *