Thursday , June 24 2021
Breaking News
Home / ବିଶେଷ / ଭରତପୁର ଗ୍ରାମର ମା’ଲକ୍ଷ୍ମୀ ମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭରତପୁର ଗ୍ରାମର ମା’ଲକ୍ଷ୍ମୀ ମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ପ୍ରଭୁ ଶ୍ରୀ ଦଧିବାବନଜୀଉଙ୍କ ବିଜେସ୍ଥଳିରେ ମା’ଲକ୍ଷ୍ମୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।  ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବିଧି ମୁତାବକ ସମାଜସେବୀ ବିଜୟ କୁମାର ଦାସଙ୍କ ସହଯୋଗରେ  ଏବଂ ପୂଜକ ରାଜେନ୍ଦ୍ର ଚନ୍ଦ୍ର ଦାଶଙ୍କ ଦ୍ୱାରା ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ସଂଗଠନ ବାଗଦେବୀ କଳାମନ୍ଦିର ଆନୁକୁଲ୍ୟରେ ଏକ ମନୋଜ୍ଞ ପରିବେଶରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ସଙ୍ଗୀତ ନିର୍ଦେଶକ ସତ୍ୟପ୍ରୀୟ ଦାସଙ୍କ ସଂଯୋଜନା ଓ ପରିଚାଳନାରେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପି ରୋହକ ଦାସ, ରଞ୍ଜନ ବେହୁରା, ମାନସୀ ଆଚାର୍ଯ୍ୟ, ଶୁଭକ୍ରୀଷ୍ଣା ଜେନା, ମାମୁନି କର ପ୍ରମୁଖ ଶିଳ୍ପିମାନେ ଓଡିଶାର ପାରମ୍ପରିକ ଛାନ୍ଦ, ଚମ୍ପୁ ଓ ଭଜନ ପରିବେଶଣ କରି ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭରତପୁର ଗ୍ରାମର ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା, କାହ୍ନୁଚରଣ ବେହେରା, ଶ୍ରୀଧର ମହାନ୍ତି, ସୁବୋଧ କୁମାର ଦାସ, ଅରବିନ୍ଦ ମହାନ୍ତି, ଶିବ ପ୍ରସାଦ ଦାସ, ନନ୍ଦ କିଶୋର ବେହେରା, ଅଲେଖ ପ୍ରସାଦ ଦାସ ଓ କୃପାସିନ୍ଧୁ ରାଉତଙ୍କ ସମେତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡା ସହର ସମେତ ଭରତପୁର ଗ୍ରାମ ଏବଂ ଆଖପାଖ ଗ୍ରାମର   ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଲକ୍ଷ୍ମୀଙ୍କ ଦର୍ଶନ କରି କୃପାଭିକ୍ଷା କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *