Sunday , June 20 2021
Home / ବିଶେଷ / ଭବାନୀପାଟଣାରେ ଅକ୍ସିଜେନ୍ ବ୍ୟାଙ୍କ ଉଦଘାଟିତ

ଭବାନୀପାଟଣାରେ ଅକ୍ସିଜେନ୍ ବ୍ୟାଙ୍କ ଉଦଘାଟିତ

ଭବାନୀପାଟଣା, ୧୪/୦୫/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ) – ଜୁହାର ଫାଉଣ୍ଡେସନ ମୁମ୍ବାଇ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପ୍ରଗତି କଲେଜରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ ହୋଇଛି । ଭର୍ଚୁଆଲରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ କରିଥିଲେ । ଏହାଦ୍ୱାରା ଘରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଅକ୍ସିଜେନ ଆବଶ୍ୟକତା ପଡିଲେ ନିଶୁଳ୍କରେ ପହଞ୍ଚାଯିବ ।

ଉଦଘାଟନୀ କାର୍ୟ୍ୟକ୍ରମରେ ପ୍ରଗତି କଲେଜର ମୁଖ୍ୟ ଅଜୟ ପଣ୍ଡା, ଜୁହାର ଫାଉଣ୍ଡେସନର ଦୀପକ ପୂଝାରୀ, ପ୍ରଦୀପ ପଣ୍ଡା, ଦିବ୍ୟନ୍ଦୁ ପଟ୍ଟନାୟକ, ମହେଶ ଅଗ୍ରୱାଲ, ପ୍ରତ୍ୟୁଷ ପଣ୍ଡା, ସମୀର ପଣ୍ଡା, ଏ. ସି. ପତି ପ୍ରମୁଖ ଭର୍ଚୁଆଲରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *