Sunday , June 13 2021
Breaking News
Home / ବିଶେଷ / ଭତାହିତାଧିକାରୀ ଭତା ନପାଇବାରୁ ଅସନ୍ତୋଷ

ଭତାହିତାଧିକାରୀ ଭତା ନପାଇବାରୁ ଅସନ୍ତୋଷ

କେନ୍ଦ୍ରାପଡା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଭତା ହିତାଧିକାରୀ ମାନେ ଭତା ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନା ଅନୁଯାଇ ପ୍ରତ୍ୟେକ ମାସର ୧୫ତାରିଖରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ହିତାଧିକାରୀମାନେ ସେମାନଙ୍କ ଭତା ପାଇଥାନ୍ତି । କିନ୍ତୁ କେନ୍ଦ୍ରାପଡା ପୌରାଂଚଳରେ ଚଳିତ ମାସର ୧୫ତାରିଖରେ ଭତା ହିତାଧିକାରୀମାନେ ଭତା ପାଇନଥିବାରୁ  ସେମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ଚଳିତମାସ ୧୬, ୧୭ ଓ ୧୮ତାରିଖ ଛୁଟି ପଡିଥିବାରୁ ସେମାନଙ୍କ ଭତା ପାଇବାରେ ଆହୁରି ବିଳମ୍ବ ହୋଇଥିବା ଯୋଗୁଁ ଏବଂ କରୋନା କଟକଣା ଆରମ୍ଭ ହେବାକୁ ଯାଉଥିବାରୁ ସେମାନଙ୍କୁ ଆଉ ବିଳମ୍ବ ନକରି ଭତା ପ୍ରଦାନ କରାଯିବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *