Wednesday , June 23 2021
Breaking News
Home / ଶିକ୍ଷା / ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର,୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ଣ ଭୋଜନର ମିଲ୍ ପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜୁଲାଇରୁ ଲାଗୁ କରାଯାଇଛି । ରାଜ୍ୟରେ ପ୍ରାଥମିକ ସ୍କୁଲରେ ପ୍ରତି ପିଲାଙ୍କ ମିଲ୍ ପିଛା ୧୩ ପଇସା ବୃଦ୍ଧି କରାଯାଇ ୪.୯୩ ପଇସା ହୋଇଛି । ସେହିପରି ଉଚ୍ଚପ୍ରାଥମିକ ସ୍କୁଲରେ ପିଲାଙ୍କ ମିଲ୍ ପିଛା ୨୦ ପଇସା ବୃଦ୍ଧି କରାଯାଇ ୭ଟଙ୍କା ୩୬ପଇସା କରାଯାଇଛି । ତେବେ ପୂର୍ବରୁ ପ୍ରାଥମିକ ସ୍କୁଲର ପ୍ରତି ପିଲାଙ୍କ ମୁଣ୍ଡ ପିଛା ୪ଟଙ୍କା ୮୦ପଇସା ଓ ଉଚ୍ଚପ୍ରାଥମିକ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା ୭ଟଙ୍କା ୧୬ପଇସା ଖର୍ଚ୍ଚ କରାଯାଉଥିଲା । ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ମୋଟ୍ ୫୮ହଜାର ୭୮୪ ସ୍କୁଲରେ ୪୩ ଲକ୍ଷ ୭୭ ହଜାର ୭୦୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିରୁ ପ୍ରାଥମିକ ସ୍କୁଲରେ ପିଲାଙ୍କ ସଂଖ୍ୟା ୨୭ ଲକ୍ଷ ୩୭ ହଜାର ୬୧ ଥିବା ବେଳେ ଉଚ୍ଚପ୍ରାଥମିକ ସ୍ତରରେ ପିଲାଙ୍କ ସଂଖ୍ୟା ୧୬ ଲକ୍ଷ ୪୦ ହଜାର ୬୪୩ ଜଣ ରହିଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର …

Leave a Reply

Your email address will not be published. Required fields are marked *