Friday , June 25 2021
Breaking News
Home / ବିଶେଷ / ବ୍ୟାସକବିଙ୍କ ଜୟନ୍ତୀ ପାଳନ ସହ କମ୍ବଳ ବଂଟନ କାର୍ଯ୍ୟକ୍ରମ

ବ୍ୟାସକବିଙ୍କ ଜୟନ୍ତୀ ପାଳନ ସହ କମ୍ବଳ ବଂଟନ କାର୍ଯ୍ୟକ୍ରମ

ପାରାଦ୍ୱୀପ ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ସାକ୍ଷରତା ସମିତି ପକ୍ଷରୁ ସମିତିର କାର୍ଯ୍ୟାଳୟରେ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ସହ ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା । ସମିତିର ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ । ଶ୍ରୀମତୀ ଶୁଚିସ୍ମିତା ବୋଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଶ୍ରୀମତୀ ସବିତା ପଣ୍ଡା, ସ୍ମିତାର ରଥ ଓ ଶ୍ରୀରାମଚନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଅନନ୍ୟ ସାରସ୍ୱତ ପ୍ରତିଭା, କଥା ସମ୍ରାଟ ତଥା ବ୍ୟାସକବିଙ୍କ ଶ୍ରୀମତୀ ଓ ସାହିତ୍ୟକୃତି ସଂପର୍କ ଆଲୋଚନା କରିବା ସହ ପାରାଦ୍ୱୀପର ବିଭିନ୍ନ ଅଂଚଳରୁ ଆସିଥିବା ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *