Friday , June 18 2021
Breaking News
Home / ବିଶେଷ / ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସ୍ତରିୟ ସମୀକ୍ଷା ବୈଠକ

ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସ୍ତରିୟ ସମୀକ୍ଷା ବୈଠକ

ଜଗତସିଂହପୁର,୦୩/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାରେ କ୍ରେଡିଟ୍ ଡେବିଟ୍ ଅନୁପାତ ୪୦ପ୍ରତିଶତରୁ କମ୍ଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ବ୍ୟାଙ୍କ ଶାଖାପରିଚାଳକଙ୍କୁ ଶିକ୍ଷାଋଣ ,କୃଷିଋଣ ତୁରନ୍ତ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସେମାନେ ମାସ ଶେଷସୁଦ୍ଧା  ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଏତଦ୍ୱ୍ୟତୀତ ମିଶନଶକ୍ତି,ସ୍ୱୟଂସହାୟକ ଗୋଷ୍ଠି,ଯୁବ ଉଦ୍ୟୋଗୀ,ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଜଗତସିଂହପୁର ଏକ କୃଷିପ୍ରଧାନ ଜିଲ୍ଲା । ଜିଲ୍ଲାର ଲୋକ ଚାଷ, ମତ୍ସ୍ୟ ଚାଷ, ପାନଚାଷ, ଗୋପାଳନ, କୁକୁଡା ଫାର୍ମ ଆଦି କରିଚଳନ୍ତି । ଜଗତସିଂହପୁର ଜିଲ୍ଲା ଏକ ଶିକ୍ଷିତ ଜିଲ୍ଲା ହୋଇଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଋଣ ଆବେଦନ କରନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କୁ ଆବଶ୍ୟକ ଋଣ ସବ୍ସିଡିପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରିୟଦର୍ଶନୀ ବିଶ୍ୱାଳ ଯୋଗଦେଇ  କହିଥିଲେ ବ୍ୟାଙ୍କର ମାନେ ସରକାର ବିଭିନ୍ନ ଯୋଜନାର ହିତାଧିକାରୀ ଙ୍କୁ ଆବଶ୍ୟକୀୟ ଋଣ ପ୍ରଦାନ ନିମନ୍ତେ ଆଗଭର ହେବାପାଇଁ ପରାମର୍ଶ ଦେଇଥିଲେ । ୟୁକୋ ବ୍ୟାଙ୍କ ଜୋନାଲ ମ୍ୟାନେଜର ଏଚ୍.କେ. ଆରୋରା କହିଥିଲେ ଏହି ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ।  ଏଲ.ଡି.ଏମ୍ ସତିଶ କୁମାର ପାତ୍ରଯୋଗଦେଇ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତନ ଏଲ.ଡି.ଏମ୍ ଅନିଲ ପଟ୍ଟନାୟକଙ୍କୁ ଆଲୋଚନା କରିବାକୁ କହିଥିଲେ । ବୈଠକରେ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଲ ଆଚାର୍ଯ୍ୟ, ଏ.ଜି.ଏମ ନାର୍ବାଡ ବିଶ୍ୱଭୂଷଣ ମହାନ୍ତି,ଏଲ.ଡି.ଓ ଖୁସିରାମ ସାହୁ,ଏସ.ଡି.ପି.ଓ ପ୍ରକାଶ ଚନ୍ଦ୍ର ପାଲ ଓ ଜିଲ୍ଲାର ସମସ୍ତ ବ୍ୟାଙ୍କର ଶାଖା ପରିଚାଳକ,ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଇନିସ୍ୟୁରାନ୍ସ କର୍ମକର୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *