Friday , July 30 2021
Breaking News
Home / ବିଶେଷ / ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା 

ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା 

ତାରପୁର, ୦୮/୦୬/୨୦୨୧(ଓଡ଼ିଶା ସମାଚାର)-–ରଘୁନାଥପୁର ବ୍ଲକ ତାରପୁରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ବିଜୟ କୁମାର ରାଉତ ଙ୍କ ସ୍ଥାନାନ୍ତର ଏବଂ ନୂତନ ଶାଖା ପରିଚାଳିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଜାଙ୍କ ଯୋଗଦାନ ପରିପ୍ରେକ୍ଷିରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପକ ଅଜୟ କୁମାର ଦାଶ,ଅଧ୍ୟାପକ ସରୋଜ କୁମାର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ ବିଳାସ ଚନ୍ଦ୍ର ସାହୁ, ହେମିଓପ୍ୟାଥି ଚିକିତ୍ସକ ଯୁଧିଷ୍ଠିର ବିଶ୍ୱାଳ ଯୋଗଦେଇ ଶ୍ରୀ ରାଉତ ଜଣେ ଦକ୍ଷ, ଭଦ୍ର , କର୍ତବ୍ୟ ନିଷ୍ଠ ତଥା ଅମାୟିକ ବ୍ୟକ୍ତି ଥିଲେ ବୋଲି ମତ ବ୍ୟକ୍ତ କରିବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଏଥି ସହିତ ନୂତନ ଶାଖା ପରିଚାଳିକା ଶ୍ରୀମତୀ ପରିଜାଙ୍କୁ ସ୍ୱାଗତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ତାରପୁର ଶାଖାର କର୍ମଚାରୀ ଦେବରାଜ ପ୍ରଧାନ, ନିର୍ମଳ ଆସିସ ତିର୍କୀ, ପ୍ରିୟଙ୍କା ନନ୍ଦିନୀ ବେହେରା, ଦେବେନ୍ଦ୍ରନାଥ ପରିନା, ରଶ୍ମିରଂଜନ ବାରିକଯୋଗଦେଇ ଶ୍ରୀ ରାଉତଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ ।  ଅନ୍ୟପକ୍ଷରେ ଶ୍ରୀ ରାଉତ ସମସ୍ତ ଙ୍କ ସ୍ନେହ , ଶ୍ରଦ୍ଧା ଚୀରଦିନ ମନେରଖିବା ସହିତ ସମସ୍ତଙ୍କ ଆଶିର୍ବାଦ କାମନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *