Wednesday , August 4 2021
Breaking News
Home / ବିଶେଷ / ବ୍ୟାଙ୍କ ଓ ଏଟିଏମ୍ ରେ ରହୁନି ସାମାଜିକ ଦୂରତା 

ବ୍ୟାଙ୍କ ଓ ଏଟିଏମ୍ ରେ ରହୁନି ସାମାଜିକ ଦୂରତା 

ଗରଦପୁର , ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବଢିବଢି ଚାଲିଛି । ଜିଲା ତଥା  ପାଟକୁରା ଅଂଚଳରେ ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଥିବାବେଳେ,ଏଥି ପ୍ରତି ଲୋକମାନେ ସଜାଗ ରହୁ ନ ଥିବାର ଦେଖାଯାଇଛି । ପାଟକୁରା ଅଂଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍ କାଉଂଟରମାନଙ୍କରେ ଗ୍ରାହକମାନେ କୋଭିଡ୍ କଟକଣା ମାନୁ ନଥିବା,ସାମାଜିକ ଦୂରତା  ଆଦୌ ରହୁ ନ ଥିବା ଏବଂ କେତେକ ଲୋକ ମୁହଁରେ ମାସ୍କ ଦେଇ ନ ଥିବାର ଦେଖିବାକୁ ମିଳିଛି । ତାଳସଙ୍ଗା ଠାରେ ଥିବା  ୟୂକୋ ବ୍ୟାଙ୍କ ଓ ସଂଲଗ୍ନ ଏଟିଏମ୍ ରୁ ପଇସା ଉଠାିବା ପାଇଁ ଲୋକମାନେ ସାମାଜିକ ଦୂରତା ରଖୁ ନ ଥିବାବେଳେ, ଧାଡିରେ ରହିଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ନାମକୁ ମାତ୍ର ବାଉଁଶରେ ବାଡା ଦିଆଯାଇଛି । କେତେକ ଲୋକ ବାଉଁଶରେ ବାଡାକୁ ଉଠାଇ ଦେଇ ଧାଡିରେ ଠିଆ ହୋଇ ରହୁଥିବାର ଦେଖାଯାଛି । ଏଥି ପ୍ରତି ବ୍ୟାଙ୍କ କର୍ତୃପକ୍ଷ ସଜାଗ ରହୁ ନ ଥିବାବେଳେ, ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିବା  ଉପସ୍ଥିତ ବୟଷ୍କ ଗ୍ରାହକମାନେ ପ୍ରକାଶ କରିଛନ୍ତି । କେତେକ ବୟଷ୍କ ଗ୍ରାହକମାନେ ଗହଳିକୁ ଏଡାଇବା ପାଇଁ ଏଟିଏମ୍ ଠାରୁ କିଛି ଦୂରରେ ବସିଥିବାର ଦେଖାଯାଇଛି । ସେହିପରି ପାଟକୁରା ଠାରେ ଥିବା ଏଟିଏମ୍ କାଉଁଟରରେ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂୁରତା ରହୁ ନ ଥିବାର ଅଭିଯୋଗ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *