Sunday , June 20 2021
Home / Uncategorized / ବ୍ୟବସାୟ ପତିଷ୍ଠାନ ଉପରେ ଜିଏସଟି ଚଢାଉ

ବ୍ୟବସାୟ ପତିଷ୍ଠାନ ଉପରେ ଜିଏସଟି ଚଢାଉ

କେନ୍ଦ୍ରାପଡ଼ା, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସଟି ଚଢାଉ କରାଯାଇଥିବା ସୂଚନା ମିଳିଛି  । ଭାରତ ସରକାରଙ୍କ ବିତ ମନ୍ତ୍ରଣାଳୟର ଅଧିକାରୀମାନେ ୩ଟି ଗାଡିରେ ଆସି ଏହି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ  ଚଢାଉ କରିଥିଲେ । ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଚାଲିଥିଲା । ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ଜିଏସଟି ଫାଙ୍କି ଆସୁଥିବାର  ସୂଚନା ମିଳିଛି ।  ବ୍ୟବସାୟୀ ଜଣକ ଚକତା କରି ବ୍ୟବସାୟ ପ୍ରତିଷ୍ଠାନର ନାମ ବାରମ୍ବାର ବଦଳାଇଥିବା ମଧ୍ୟ ସୂଚନା ମିଳିଛି  । ପୁରାତନ  ଫାର୍ମର ନାମ ବଦଳାଇ ଟିକସ ଫାଙ୍କିବା ପାଇଁ ସେ  ଉଦ୍ୟମ କରୁଥିଲେ  । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ବି ମନ୍ତ୍ରଣାଳୟର ଅଧିକାରୀମାନେ ସେହି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ବିଭିନ୍ନ ପ୍ରକାର ବ୍ୟବସାୟୀକ କାଗଜପତ୍ର ଓ କମ୍ପୁ୍ୟଟର ହାଡଡିସ୍କ ପ୍ରଭୃତି ଜବତ କରି ଭୂବନେଶ୍ୱର ଅଫିସକୁ ନେଇଯାଇଥିବା ସୂଚନା ମିଳିଛି ।  ଏହି ଚଢାଉକୁ ନେଇ ସହରର ଅନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ଦେଖାଯାଇଛି  । ହେଲେ ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀମାନେ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି  ଅଧିକାରୀମାନେ ଏଡାଇ ଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଘନ ଘନ ବିଦ୍ୟୁତ କାଟରେ ଅତିଷ୍ଟ ରଘୁନାଥପୁର ର ବିଭିନ୍ନ ଅଂଚଳ

 –ସମସ୍ୟାର ସମାଧାନ ଓ ଏରଣ୍ଡପାଳ ଗ୍ରୀଡ଼ କାର୍ଯ୍ୟକ୍ଷମ ହେବ କେବେ ? ତାରପୁର ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ସେସୁ …

Leave a Reply

Your email address will not be published. Required fields are marked *