Sunday , June 13 2021
Breaking News
Home / ଶିକ୍ଷା / ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଅନଶନ 

ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଅନଶନ 

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ସ୍କୁଲରେ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଜନୈକ ଶିକ୍ଷକ ନ୍ୟାୟ ନପାଇ ଶେଷରେ ଆମରଣ ଅନଶନରେ ବସିରହିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟସ୍ଥିତ ଦକ୍ଷିଣ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ଦାସଙ୍କୁ ସେହି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଦୁର୍ଯ୍ୟୋଧନ ମଳିକ ଗତ ଫେବୃୟାରିମାସ ୧୩ତାରିଖ ମଧ୍ୟାହ୍ନରେ ଜୋରଜବରଦସ୍ତି ବିଦ୍ୟାଳୟ ରୋଷେଇଘରେ ପଶି ମଧ୍ୟାହ୍ନ ଭୋଜନରେ ଅପମିଶ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଶିକ୍ଷକ ଶ୍ରୀ ଦାସ ତାଙ୍କୁ ସେଥିରେ ବାଧା ଦେବାରୁ ଶ୍ରୀ ମଳିକ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ଚଉଦକୁଲାଟ ଫାଣ୍ଡି ଅଧିକାରୀ,ଆରକ୍ଷୀ ଅଧିକ୍ଷକ,ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରିବାରେ ସେ ତାଙ୍କୁ ର୍ଦୁବ୍ୟବହାର କରିଥିବା ଶିକ୍ଷକ ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଶିକ୍ଷକ ଶ୍ରୀ ଦାସ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ମାର୍ଚ୍ଚମାସ ୧୮ ଓ ୧୯ତାରିଖ ଦୁଇଦିନ ଧରି ଧାରଣା ଦେବାରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ଡକାଇ ଅପ୍ରେଲମାସ ପହିଲାଦିନ ତାଙ୍କୁ ସେହି ସ୍କୁଲରୁ ଅନ୍ୟତ୍ର ସ୍ଥାନାନ୍ତର କରିବା,ଦରମା ବନ୍ଦ ନକରିବା ଓ ଦୋଷୀକୁ ଦଣ୍ଡ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଶିକ୍ଷକ ଶ୍ରୀ ଦାସଙ୍କୁ ନ୍ୟାୟ ପ୍ରଦାନ ପରିବର୍ତ୍ତେ ମାନସିକ ନିର୍ଯ୍ୟାତନା ଦେବା,ଦରମା ବନ୍ଦ କରିବା ସହ ସେହି ସ୍କୁଲକୁ ଯାଇ କାମକରି ମରିବାକୁ ତାଙ୍କୁ ଧମକ ଦିଆଯାଉଥିବା ଶିକ୍ଷକ ଶ୍ରୀ ଦାସ ଅଭିଯୋଗ କରିବା ସହିତ ସେହି ସମସ୍ୟାର ସ୍ଥାଇ ସମାଧାନ ନିମନ୍ତେ ଶେଷରେ ବାଧ୍ୟହୋଇ ସୋମବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *