Thursday , June 17 2021
Breaking News
Home / ବିଶେଷ / ବ୍ଲକ୍ ଅଧ୍ୟକ୍ଷାଙ୍କୁ ତାଲା ପକାଇବା ଘଟଣା – ତଦନ୍ତ ର ସମ୍ମୁଖୀନ ହେଲେନାହିଁ ଅଭିଯୁକ୍ତ

ବ୍ଲକ୍ ଅଧ୍ୟକ୍ଷାଙ୍କୁ ତାଲା ପକାଇବା ଘଟଣା – ତଦନ୍ତ ର ସମ୍ମୁଖୀନ ହେଲେନାହିଁ ଅଭିଯୁକ୍ତ

ରଘୁନାଥପୁର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୁଣାବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ଏକ ପିଣ୍ଡି କାର୍ଯ୍ୟର ଫାଇଲ କୁ କେନ୍ଦ୍ର କରି ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳଙ୍କୁ ମୁଖ୍ୟ ଫାଟକରେ ତାଲା ପକାଇ ବାହାରକୁ ଯିବାକୁ ଦିଆଯାଇନଥିଲା । ଏହି ଘଟଣା ଉପରେ ଅଧ୍ୟକ୍ଷା ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଅନୁରୂପ ଭାବେ ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଅଧ୍ୟକ୍ଷାଙ୍କ ନାମରେ ମଧ୍ୟ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଲଗା ଅଲଗା ଦୁଇଟି କେଶ ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି ତଦନ୍ତର ସମ୍ମୁଖୀନ ହେବା ପାଇଁ ପୋଲିସ୍ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଡ଼କାଯାଇଥିଲା । ନିଜର ସମର୍ଥକଙ୍କ ଗହଣରେ ଅଭିଯୁକ୍ତମାନେ ଥାନାକୁ ଆସିଥିଲେ । ତେବେ ଥାନାରେ ଉପସ୍ଥିତ ଥିବା ଏସଡ଼ିପିଓ ଡ଼ିଆର ଜେନା ଓ ଆଇଆଇସି ବବିତା ଦଳେଇ ସମର୍ଥକଙ୍କ ସହ ଆଲୋଚନା କରୁଥିବାବେଳେ ଅଭିଯୁକ୍ତମାନେ ତଦନ୍ତ ରେ ସହଯୋଗ ନକରି ସେଠାରୁ ଚାଲିଯାଇଥିଲେ । ଫଳରେ ଏହି ଘଟଣାକୁ ଗମ୍ଭୀରତାର ସହ ଏସଡ଼ିପିଓ ଗ୍ରହଣ କରି ବ୍ଲକ୍ ଅଧ୍ୟକ୍ଷାଙ୍କୁ ତାଲା ପକାଇ ଅଟକାଇବା ଘଟଣା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ ବୋଲି ପ୍ରକାଶ କରିଥିଲେ । ଏବଂ ତଦନ୍ତ ରେ ସହଯୋଗ ନକରି ଅଭିଯୁକ୍ତମାନେ ଚାଲିଯିବା ଘଟଣାରେ ଆଇଆଇସି ଗମ୍ଭୀରତାର ସହ ନେବା ସହ ସେମାନଙ୍କୁ ଯୋଗା ଯୋଗ କରିବାକୁୂ ଫୋନ୍ ସୁଇଚଅଫ୍ ଥିବା ଓ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *