Sunday , June 13 2021
Breaking News
Home / ବିଶେଷ / ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ଆର୍ଥିକବର୍ଷରେ ବାଙ୍କୀ ବ୍ଲକର ୧୦ଟି ପଂଚାୟତକୁ ପ୍ରଥମ ପ୍ରର୍ଯ୍ୟାୟରେ ମହିଳାମାନଙ୍କୁ ଅଧିକ ସ୍ୱାବଲମ୍ବନଶୀଳ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ବାଙ୍କୀ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ପଂଚାୟତିରାଜ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଇନ୍ଟେନ୍ସିନ ବ୍ଲକ ଭାବେ ବାଙ୍କୀର ୧୦ଟି ପଂଚାୟତରେ ପଂଚାୟତସ୍ତରୀୟ ମହାସଂଘ (ଜିପିଲ୍ଏଫ୍) ଗଠନ ମାଧ୍ୟମରେ ମହିଳା ଗୋଷ୍ଠୀଙ୍କର ଆର୍ଥିକ ଦୁରାବସ୍ଥାର ଦୂରୀକରଣ ଓ ସ୍ୱାବଲମ୍ବନଶୀଳ କରିବାକୁ କିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବାଙ୍କୀ ବିଡିଓ ପ୍ରଭାତକୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଂଚାଳିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ମଦନମୋହନ ନାୟକ, ଜିଲା ପରିଷଦ ସଦସ୍ୟ ମାନସ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲାସ୍ତରୀୟ ପ୍ରଶିକ୍ଷକ ମହେନ୍ଦ୍ରକୁମାର ପଣ୍ଡା ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ପ୍ରଗତି ସହାୟିକା ଜ୍ୟୋତିମର‌୍ୟୀ ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶିବିରରେ ସୁବର୍ଣ୍ଣପୁର ସରପଂଚ ତରୁଣକୁମାର ମହାପାତ୍ର, କଦଳୀବାଡି ସରପଂଚ ପ୍ରକାଶକୁମାର ବେଉରା, କାଳିପୋଇ ସରପଂଚ ସୁବାସ ସ୍ୱାଇଁଙ୍କ ସମେତ ବିଭିନ୍ନ ପଂଚାୟତର ପଂଚାୟତିରାଜ ପ୍ରତିନିଧିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଅଧିକ ପ୍ରଗତିଶୀଳ କରିବା ପାଇଁ ମତ୍ସ୍ୟବିଭାଗ, କୃଷିବିଭାଗ, ପଶୁପାଳନ, ସମନ୍ୱିତ ଶିଶୁବିକାଶ ଏବଂ ସହଯୋଗୀ ବ୍ୟାଙ୍କର ପଦାଧିକାରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *