Wednesday , August 4 2021
Breaking News
Home / ବିଶେଷ / ବ୍ରଜବିହାରୀ ମିଶ୍ରଙ୍କ ପରଲୋକ

ବ୍ରଜବିହାରୀ ମିଶ୍ରଙ୍କ ପରଲୋକ

ପିପିଲି ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଗ୍ରାମର ମୁରବୀ ସ୍ଥାନୀୟ ବ୍ୟକ୍ତିତ୍ୱ ବ୍ରଜ ବିହାରୀ ମିଶ୍ର ଆଉ ନାହାନ୍ତି । ଗତ ୧୨ ତାରିଖରେ କରୋନା ରୋଗରେ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସେ ଜଣେ ସଫଳ ଚାଷୀ, ବିଶେଷ କରି ନଡିଆ ଚାଷ କରି ସେ ସଫଳତା ପାଇଥିଲେ । ସେ ବାର୍ଷିକ ୧୦ ହଜାରରୁ ଅଧିକ ନଡିଆ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଥିଲେ । ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ ଏବଂ କୁସଂସ୍କାର ତଥା ଅନ୍ଧବିଶ୍ୱାସକୁ କଡା ସମାଲୋଚନା କରୁଥିଲେ । ରାଜସ୍ୱ ବିଭାଗର ଜମିଜମା ଓ ନକ୍ସା ସମ୍ପର୍କରେ ସେ ବିଶେଷ ଜ୍ଞାନ ଅର୍ଜନ କରିଥିଲେ । ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନକୁ ସହଯୋଗ କରୁଥିଲେ । ଦାଣ୍ଡମୁକୁନ୍ଦପୁର ଗ୍ରାମର ଶ୍ରୀଗୋପୀନାଥ ଦେବଙ୍କ ବାଣଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବାଣ ଓ ଆତସବାଜି ପ୍ରସ୍ତୁତି ଉପରେ ତାଙ୍କର ଜ୍ଞାନ ଥିଲା ଅନନ୍ୟ । ସେ ପିଲାଟି ଦିନରୁ ପରାମ୍ପରାକ୍ରମେ ଏହି ଜ୍ଞାନ ଅର୍ଜନ କରିଥିଲେ । ସେ ହେଉଛନ୍ତି ଓଡିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ବଡ ଭିଣୋଇ । ବ୍ରଜବିହାରୀଙ୍କ ମୃତ୍ୟୁରେ ଦାଣ୍ଡମୁକୁନ୍ଦପୁର ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ଦୟା ମହୋତ୍ସବ କମିଟି, ଚେତନା ଓଡିଶା, ଦୀକ୍ଷା ମିଶନ ଓ ଇଣ୍ଡିଆ ମିଡିଆ ସେଂଟର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *