Thursday , June 24 2021
Breaking News
Home / ତାଜା ଖବର / ବୋମା ଫିଙ୍ଗିବା ବେଳେ ହାତରେ ଫୁଟିଲା  – ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବୋମା ଫିଙ୍ଗିବା ବେଳେ ହାତରେ ଫୁଟିଲା  – ଦୁର୍ଦ୍ଦାନ୍ତ ଅପରାଧୀ ଆହତ

 

ଦିଗପହଣ୍ଡି, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ନିଜେ ଧରିଥିବା ବୋମା ବିସ୍ଫୋରଣ ହୋଇ ଦୁର୍ଦ୍ଦାନ୍ତ ଅପରାଧୀର ଗୋଟିଏ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ତାକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଲାଠି ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗୌଡ଼ ତାର ସହଯୋଗୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ବନ୍ଥପଲ୍ଲୀ ଗ୍ରାମରେ ସ୍ଥାନୀୟ ସରପଂଚଙ୍କଠାରୁ ଦାଦାବଟି ଆଦାୟ କରିବା ପାଇଁ ଗାଁର ମୁଖ୍ୟ ରାସ୍ତାରେ ବାଇକ୍ ରଖି ରାସ୍ତା ଅବରୋଧ କରିବା ସହିତ ପ୍ରାୟ ଦେଢ଼ଘଂଟା ଧରି ଦାଦାଗିରି ଚଳାଇଥିଲା । ପାଖରେ ବିଭିନ୍ନ ମରଣାସ୍ତ୍ର ସହିତ ୫ଟି ହାତବୋମା ରଖି ଲୋକଙ୍କୁ ଭୟଭୀତ କରିଥିଲା । ଚେରୁର ଏହି ଆତଙ୍କ ରାଜରେ ଭୟଭୀତ ହୋଇ ଗାଁ ଲୋକମାନେ ସ୍ଥାନୀୟ ସରପଂଚ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଜଣାଇଥିଲେ । ଲୋକଙ୍କ ଗୁହାରି ଶୁଣି ସରପଂଚ ଘଟଣାସ୍ଥଳକୁ ଆସିବା ବେଳେ ଚେରୁ ତାଙ୍କ ଉପରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ବୋମାଟି ଚେରୁର ଡାହାଣ ହାତରେ ହଠାତ୍ ବିସ୍ଫୋରଣ ହୋଇଗଲା । ଏଥିସହ ପାଖରେ ରଖିଥିବା ୪ଟି ବୋମା ମଧ୍ୟ ବିସ୍ଫୋରଣ ହୋଇଯାଇଥିଲା । ଏଥିରେ ଚେରୁର ଡାହାଣ ହାତ ପାପୁଲି ଖଣ୍ଡ ବିଖଣ୍ଡିତ ହୋଇଥିଲା । କିନ୍ତୁ ଏହି ବୋମାମାଡ଼ରୁ ସରପଂଚ ପ୍ରଶାନ୍ତ ଅଳ୍ପକେ ବର୍ତି ଯାଇଥିଲେ । ଦୁର୍ଦ୍ଦାନ୍ତ ଅପରାଧୀ ଚେରୁର ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଚିକିତ୍ସା ଚାଲିଛି । ତାକୁ ଦିଗପହଣ୍ଡି ପୁଲିସ୍ ଜଗି ରହିଛି । ଏନେଇ ସରପଂଚ ପ୍ରଶାନ୍ତ ସ୍ୱାଇଁ ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତିିକରି ପୁଲିସ୍ ଥାନା କେସ୍ ନଂ-୧୦୯/୧୯ ଅନୁଯାୟୀ ଏକ ମାମଲା ଋୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଚେରୁ ମେଡିକାଲରୁ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ତଦନ୍ତକାରୀ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ୍ କହିଛି ଚେରୁ ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗିନ ମାମଲା ରହିଛି । ଅନ୍ୟ ଦୁଇଜଣ ସହଯୋଗୀ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *