Friday , June 18 2021
Breaking News
Home / ବିଶେଷ / ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡା, ୨୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ବିଭାଗ  ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଫରେଷ୍ଟରଙ୍କ ସମେତ ବନକର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଁଚି ମୃତ ବଳଦର ଶବ ବ୍ୟବଚ୍ଛେଦ କରିବାସହ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବନ କର୍ମଚାରୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ପାଟ୍ରୋଲିଂ  ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ବଳଦର ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡିଶା ସମାଚାର

About admin

Check Also

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ …

Leave a Reply

Your email address will not be published. Required fields are marked *