Thursday , June 17 2021
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଦହିଖାଲରେ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ସହିତ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜିତ

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଦହିଖାଲରେ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ସହିତ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜିତ

ଲାଞ୍ଜିଗଡ଼, କଳାହାଣ୍ଡି, ୨୬/୦୮/୨୦୧୯(ଓଡ଼ିଶା ସମାଚାର)-ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ ୟୁନିଟ୍ ଦହିଖାଲରେ ଏକ ଗୋଷ୍ଠୀ କେନ୍ଦ୍ରର ଶୁଭାରମ୍ଭ କରିଛି, ଯାହାକି ଭିତିଭୂମି ବିକାଶ ପ୍ରକଳ୍ପ ପ୍ରଗତିର ଏକ ଅଂଶ ଅଟେ । ଏହା ଯୋଗୁଁ ଶିବପଦର ଗ୍ରାମପଂଚାୟତର ୧୧ଟି ଗ୍ରାମର ୧୫୦୦ରୁ ଅଧିକଗ୍ରାମବାସୀ, ଗୋଷ୍ଠୀସଦସ୍ୟ, ୟୁଥ୍ କ୍ଲବ୍ ପ୍ରମୁଖ ଏକାଧିକ ପ୍ଲାଟଫର୍ମରେ ଲାଭବାନ ହେଉଛନ୍ତି, ଯାହାସଭା ଓ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଲୋକମାନଙ୍କ ପାଇଁ ଏକ ସାଧାରଣ ସଂଯୋଗ ସ୍ଥଳୀ । ଏହି ପଦକ୍ଷେପ ସମ୍ପର୍କରେ, ରାକେଶ ମୋହନ, ମୁଖ୍ୟ ପରିଚାଳନା ଅଧିକାରୀ – ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ୟୁନିଟ୍ କହିଛନ୍ତି ଯେ, “ବେଦାନ୍ତ ଅଂଚଳର ଆଖପାଖରେ ଥିବା ଗ୍ରାମଗୁଡ଼ିକରେ, ଗୋଷ୍ଠୀର ସାମାଜିକ ଉନ୍ନତି ନିମନ୍ତେ ପ୍ରତିଶୃବଦ୍ଧ । ଏହି ଯୋଜନା ବାସ୍ତବତାରେ ପରିଣତ ହେଉଥିବା ଦେଖି ଆମ୍ଭେମାନେ ଆନନ୍ଦିତ ଏବଂ ସ୍ଥାନୀୟ ଗୋଷ୍ଠୀକୁ ଆମର ଅଂଶୀଦାର ଓ ହିତାଧିକାରୀ ଭାବରେ ପାଇ ଆମେ ଖୁବ୍ ଉତ୍ସାହିତ ।ଏହି ଶୁଭାରମ୍ଭ ଆମର ପଦକ୍ଷେପକୁ ଏକ ବାସ୍ତବ ସହଯୋଗୀତା, କମ୍ୟୁନିଟିସ୍ପେସ୍ ସୃଷ୍ଟି କରିବାରେ ଗୋଟିଏ ପାଦ ଆଗକୁ ନେଉଛି, ଯାହା ଏହି ଅଂଚଳରେ ସାମାଜିକ-ଆରଥିକ ବିକାଶରେ ଉନ୍ନତି ଆଣିଛି । ଅନେକ ଲୋକ ବର୍ତମାନ ଗୋଷ୍ଠୀ କେନ୍ଦ୍ରରୁ ସାମାଜିକ ଲାଭ ପାଇପାରିବେ, ଯାହା ଗୋଷ୍ଠୀ କାର୍ଯ୍ୟକ୍ରମ ଓ ସଭା ପାଇଁ ଏକ ସାଧାରଣ ବହୁମୂଖୀ ପ୍ଲାଟଫର୍ମ  ଅଟେ ।”ପ୍ରଗତୀ ପ୍ରକଳ୍ପ ଅଧିନରେ ଏହି ରିଫାଇନାରୀ,  ଭିତିଭୂମିରେ ବିକାଶ, ଯେପରିକି ରାସ୍ତା ନିର୍ମାଣ, ପାନୀୟଜଳ ପ୍ରକଳ୍ପ ଓ ଗୋଷ୍ଠୀ କେନ୍ଦ୍ରଭଳି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଗ୍ରାମଗୁଡ଼ିକୁ ସହାୟତା କରୁଛି । ମୋଟ ଉପରେ ସାମାଜିକ ବିକାଶ ଦିଗରେ ବେଦାନ୍ତର ସକ୍ରିୟ ଉଦ୍ୟମ ଗୁଡ଼ିକ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଦହିଖାଲଗ୍ରାମବାସୀଙ୍କ ପାଇଁଏକ ସ୍ୱାସ୍ଥ୍ୟଶିବିରରର ଆୟୋଜନ କରାଯାଇଥିଲା, ଯେଉଁଠାରେ ୨୦୦ରୁ ଅଧିକ ଗ୍ରାମବାସୀ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଥିଲେ । ପାଂଚଜଣ ଡାକ୍ତର ସେଠାରେ ଉପସ୍ଥିତ ରହି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଭବାନୀପାଟଣାରୁ ଦୁଇ ଜଣ ଡାକ୍ତର ଓ ମୁନିଗୁଡ଼ାର ମେଡ଼ିକାଲ୍ ଅଫିସର ଇନ୍-ଚାର୍ଜ (ଏମଓଆଇସି)  ।  ଏହି ଅବସରରେ ବେଦାନ୍ତ କାର୍ଯ୍ୟକର୍ତାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀ, ଗୋଷ୍ଠୀସଦସ୍ୟ, ୟୁଥ୍ କ୍ଲବ ସଦସ୍ୟ ପ୍ରମୁଖଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *