Friday , June 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ-ବାଲକୋ ପକ୍ଷରୁ ନୂଆ ପିଢ଼ିର ଯୁବ ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଭି-ରିଚ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ବେଦାନ୍ତ-ବାଲକୋ ପକ୍ଷରୁ ନୂଆ ପିଢ଼ିର ଯୁବ ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଭି-ରିଚ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲକୋନଗର, କୋର୍ବା, ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ବେଦାନ୍ତ ପକ୍ଷରୁ କମ୍ପାନୀର ମାର୍ଗଦର୍ଶକ ସାଜିବା ଲାଗି ଯୋଗ୍ୟ ନୂଆ ପିଢ଼ିର ପ୍ରତିଭା ଚିହ୍ନଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମ ଭି-ରିଚ୍ର ଶୁଭାରମ୍ଭ କରାଯାଇଛି । କମ୍ପାନୀର କର୍ମଚାରୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଲାଗି ଏହା ଆରମ୍ଭ ହୋଇଛି । ସେମାନେ କମ୍ପାନୀର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଏକ ନୂତନ ମାର୍ଗ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବେଦାନ୍ତର ଉପାଧ୍ୟକ୍ଷ ନବୀନ ଅଗ୍ରୱାଲଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।

ବେଦାନ୍ତ ଆଲୁମିନିୟମ୍ ବିଜନେସ୍ ର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା ତାଙ୍କର ବାଲକୋ ଗସ୍ତ ସମୟରେ ବାଲକୋର ଭି-ରିଚ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟିର ପ୍ରୟାସ କରିଛନ୍ତି । ସେମାନେ ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଂସ୍ଥାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । କମ୍ପାନୀର ସୁରକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ବିଜନେସ୍ ଶ୍ରେଷ୍ଠତ୍ୱ, ଗୁଣବତା ଏବଂ ନବୀନକରଣ ଆଦି କ୍ଷେତ୍ରରେ କିଭଳି କାର୍ଯ୍ୟ କରାଯିବ ସେ ନେଇ ସେମାନଙ୍କ ସହିତ ଆଲୋଚନା କରି ଯୁବ ପ୍ରତିଭାଙ୍କ ଚିନ୍ତଧାରା ସମ୍ପର୍କରେ ଅବଗତ ହୋଇପାରିଛନ୍ତି । ଏହି ଅବସରରେ ବାଲକୋର ସିଇଓ ତଥା ନିର୍ଦ୍ଧେଶକ ଅଭିଜିତ୍ ପତି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବେଦାନ୍ତ ପକ୍ଷରୁ ଆରମ୍ଭ ହୋଇଥିବା ଭି-ରିଚ୍ ଅଭିଯାନ ଦ୍ୱାରା ଶିଳ୍ପ ସଂସ୍ଥାର ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ପ୍ରତିଭାଙ୍କୁ ୫୦୦୦ରୁ ଅଧିକ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ଚୟନ କରାଯାଇଛି । ସେମାନେ ଗ୍ରାଜୁଏସନ ପାଶ୍ ପରେ ବେଦାନ୍ତରେ ଯୋଗଦେଇଥିଲେ । ସେମାନେ ବେଦାନ୍ତର ମେରୁଦଣ୍ଡ ସାବ୍ୟସ୍ତ ହୋଇପାରିଛନ୍ତି । ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ବେଦାନ୍ତର ବାହ୍ୟ ଅଂଶୀଦାର ଏବଂ ବ୍ୟବସାୟିକ ସହଯୋଗୀ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି ।

ବେଦାନ୍ତ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୁମିନିୟମ୍ ବିଜନେସ୍ ର ସହକାରୀ ସିଇଓ ରାହୁଲ ଶର୍ମା କହିଲେ, ନିଜ ମଧ୍ୟରୁ ପ୍ରତିଭା ଚୟନ କରିବା ଭଳି ବେଦାନ୍ତ ଗ୍ରୁପ୍ ର ଏହି ମୂଳ ସିଦ୍ଧାନ୍ତ ଏବଂ ବିଚାରଧାରା ଉପରେ ମୁଁ ବେଶ୍ ଅନୁପ୍ରାଣିତ । ଭି-ରିଚ୍ କାର୍ଯ୍ୟକ୍ରମ ଏକ୍ଷେତ୍ରରେ ଏକ ବୃହତ୍ ଲଂଚପ୍ୟାଡ୍ ଭାବେ କାର୍ଯ୍ୟ କରିବ । ଏହା ଦ୍ୱାରା ଆମ ପାଖରେ କାର୍ଯ୍ୟ କରୁଥିବା ପ୍ରତିଭାମାନଙ୍କର ବିକାଶ ସମ୍ଭବ ହୋଇପାରିବ ଏବଂ ସେମାନଙ୍କୁ କ୍ୟାରିଅର ବିକାଶର ସୁଯୋଗ ମଧ୍ୟ ମିଳିପାରିବ । ବାଲକୋରେ ଆମେ ଏଭଳି ଭବିଷ୍ୟତ ପ୍ରତିଭାଙ୍କୁ ଚିହ୍ନଟ କରି ପାରିଛୁ । ମୁଁ ନିଶ୍ଚିତଯେ, ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ସହାୟତାରେ ଆମର ବିଜନେସ୍ ବେଶ୍ ସୁଦୃଢ଼ ହୋଇପାରିବ । ନୂତନ ପିଢ଼ିର ବ୍ୟବସାୟ ପ୍ରତିଭାଙ୍କ ଦ୍ୱାରା ବେଦାନ୍ତର ଆଖିଦୃର୍ଶିଆ ବିକାଶ ହେବା ସହିତ ପରିଚାଳନା ଏବଂ ବିଜନେସ୍ ଶ୍ରେଷ୍ଠତ୍ୱ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା କ୍ଷେତ୍ରରେ ସଫଳତା ଉପଲବ୍ଧି କରାଯାଇପାରିବ ।

ଏହି ଅବସରରେ ବାଲକୋର ସିଇଓ ତଥା ନିର୍ଦ୍ଧେଶକ ଅଭିଜିତ୍ ପତି ଚିହ୍ନଟ ହୋଇଥିବା ଯୁବ ପ୍ରତିଭାମାନଙ୍କର ପ୍ରଶଂସା କରି କହିଥିଲେ ଯେ, ବେଦାନ୍ତ ଗ୍ରୁପ୍ ଯୋଗ୍ୟ ଯୁବ ପ୍ରତିଭାଙ୍କ ସଶକ୍ତିି କରଣ ଉପରେ ବିଶ୍ୱାସ କରିଥାଏ । ଭି-ରିଚ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ୍ୟ ଯୁବ ପ୍ରତିଭାଙ୍କ ମଧ୍ୟରେ ଦାୟିତ୍ୱବୋଧ ବିକାଶ କାର୍ଯ୍ୟ କରାଯିବା ସହିତ ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପ୍ରଦାନ କରାଯିବ । ଆମେ ସେମାନଙ୍କୁ ଉଚ୍ଚ ପ୍ରଦର୍ଶନ କ୍ଷମତା ଜାରି ରଖିବା ସହିତ ନବୀନତମ ଉପାୟରେ କାର୍ଯ୍ୟ ସମ୍ପନ୍ନ କରିବା ଲାଗି ଉତ୍ସାହିତ କରୁଛୁ । ପ୍ରତିଟି କ୍ଷେତ୍ରରେ ବେଦାନ୍ତ ପରିଚାଳନା ଅଧିକାରୀ ସେମାନଙ୍କୁ ସହାୟତା ଯୋଗାଇ ଦେବା ସହିତ କାର୍ଯ୍ୟ ସମୀକ୍ଷା ସୁଯୋଗ ଉପଲବ୍ଧି କରାଇବେ ।

ଭାରତ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ବାଲକୋ) ଭାରତର ମୁଖ୍ୟ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ । ଏଥିରେ ଭାରତ ସରକାରଙ୍କର ୪୯ ପ୍ରତିଶତ ସରକାରୀ ଅଂଶଧନ ଏବଂ ବେଦାନ୍ତ ଲିମିଟେଡ୍ ର ୫୧ ପ୍ରତିଶତ ଅଂଶଧନ ରହିଛି । ବେଦାନ୍ତ ଲିମିଟେଡ୍ ବିଶ୍ୱର ଷଷ୍ଠ ବୃହତମ ପ୍ରାକୃତିକ ସମ୍ପଦ କମ୍ପାନୀ ଅଟେ ଏବଂ ଏହା ସହିତ ଭାରତର ବୃହତମ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ଭାବେ ଏହା ମାନ୍ୟତା ହାସଲ କରିପାରିଛି । ଛତିଶଗଡ଼ କୋର୍ବାଠାରେ ବାଲକୋର ବାର୍ଷିକ ୦.୫୭ ନିୟୁତ ଟନ୍ ଉତ୍ପାଦନ କ୍ଷମତାଯୁକ୍ତ ଆଲୁମିନିୟମ୍ ସ୍ମେଲଟର ରହିଛି । ପ୍ରମୁଖ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ । ବିଶ୍ୱସ୍ତରୀୟ ସ୍ମେଲଟର ଏବଂ ପାୱାର ପ୍ଲାଂଟ୍ ମାଧ୍ୟମରେ ଏହା ସବୁଜୀକରଣ ଲକ୍ଷ୍ୟ ନେଇ ଆଲୁମିନିୟମକୁ ‘ ଭବିଷ୍ୟତର ଧାତୁ’ ଭାବେ ବିବେଚନା କରାଯିବା ମିଶନ ପୂରଣ ନେଇ କାର୍ଯ୍ୟ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *