Sunday , June 20 2021
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ
DCIM100MEDIADJI_0051.JPG

ବେଦାନ୍ତ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ

• ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ୨୮୨.୬୫ ନିୟୁତ କୁ୍ୟବିକ୍ ମିଟର ଜଳର ପୁନଃ ପ୍ରକି୍ରୟାକରଣ କରିପାରିଛି ।
• ଜଳକୁ ଗଚ୍ଛିତ ରଖିବା ପାଇଁ କମ୍ପାନୀ ପକ୍ଷରୁ ୧୯ଟି ଜଳ ସଂରକ୍ଷଣ ପ୍ରକଳ୍ପ ଜାରି ରହିଛି ।
• ନୂତନ ଜ୍ଞାନକୌଶଳ ବ୍ୟବବହାର ଦ୍ୱାରା ଜଳ ସମ୍ପଦର ସୁରକ୍ଷା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି ।
ମୁମ୍ବାଇ / ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘସ୍ଥାୟୀ ଜୀବନଜୀବିକା ଏବଂ ଦାୟିତ୍ୱବୋଧ ବିକାଶ କ୍ଷେତ୍ରରେ ବେଦାନ୍ତ କାର୍ଯ୍ୟ ଜାରି ରଖିଛି । ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ୨୮୨.୬୫ ନିୟୁତ କୁ୍ୟବିକ୍ ମିଟର ଜଳର ପୁନଃ ପ୍ରକି୍ରୟାକରଣ କରିପାରିଛି । ଏହା ବେଦାନ୍ତର ଜଳ ସମ୍ପଦର ସୁରକ୍ଷା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି । ଜଳର ବ୍ୟବହାର କମ୍ କରାଇବା ପାଇଁ କମ୍ପାନୀ ପକ୍ଷରୁ ୧୯ଟି ଜଳ ସଂରକ୍ଷଣ ପ୍ରକଳ୍ପ ଜାରି ରହିଛି ।
ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ ଅବସରରେ ବେଦାନ୍ତ ପକ୍ଷରୁ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ନୂତନ ଜ୍ଞାନକୌଶଳ ଏବଂ ପ୍ରଣାଳୀର ଉପଯୋଗ ଦ୍ୱାରା ଜଳର ବ୍ୟବହାରକୁ ଉପଯୁକ୍ତ ଭାବେ କରାଯିବାକୁ ପ୍ରାଧାନ୍ୟ ଦିଆଯାଉଛି ।
ପୁନଃ ପ୍ରକି୍ରୟାକରଣ ଏବଂ ଶିଳ୍ପର ବର୍ଜ୍ୟଜଳ ଟ୍ରିଟମେଂଟ୍ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଯାହାଦ୍ୱାରା ଜିରୋ ଲିକୁ୍ୟଇଡ୍ ଡିସଚାର୍ଜ ଲକ୍ଷ୍ୟ ପୂରଣ ହୋଇପାରିବ । କମ୍ପାନୀ ପକ୍ଷରୁ ଷ୍ଟେଟ୍-ଅଫ୍-ଦ-ଆର୍ଟ ବର୍ଜ୍ୟଜଳ ଟ୍ରିଟ୍ମେଂଟ୍ ପ୍ଲାଂଟ୍ ସ୍ଥାପନା କରାଯାଇଛି । ସେହିପରି ବର୍ଷାଜଳ ସଂରକ୍ଷଣ କରାଯିବା ସହିତ ରିଡୁ୍ୟସ୍, ରିୟୁଜ୍,ରିସାଇକ୍ଲି ଆଦି ୩-ଆର୍ କୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି ।
କମ୍ପାନୀର ପାନୀୟ ଜଳ ଏବଂ ପରିମଳ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ପାଇଁ ଉପଯୋଗୀ ହୋଇପାରୁଛି । ସେହିପରି ୱାସ୍ ପ୍ରୟାସ ଦ୍ୱାରା ସୁରକ୍ଷା ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ବୃଦ୍ଧି କରାଯାଇ ପାରିଛି । ବେଦାନ୍ତ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଡ୍ରିପ୍ ଇରିଗେଶନ, ଟ୍ରେଡଲ ପମ୍ପ୍, ସୋଲାର ପାୱାର ୱାଟର ପମ୍ପ୍ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଇ ଚାଷ ଜମିରେ ଜଳସେଚନ ଲାଗି ମୌସୁମୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ପାରିଛି । ଏହା ସହିତ କମ୍ପାନୀ ପକ୍ଷରୁ ଟୁ୍ୟବ୍ ୱେଲ୍, ବୋର୍ ୱେଲ୍, ପୋଖରୀ, ଛିଦ୍ରଯୁକ୍ତ ଟ୍ୟାଙ୍କ ଆଦି ନିର୍ମାଣ କରାଯାଇ ସ୍ଥାନୀୟ ଲୋକଙ୍କ ଘରୋଇ ତଥା ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇପାରିଛି ।
ଏହି ଅବସରରେ ବେଦାନ୍ତ ଗ୍ରୁପ୍ ସିଇଓ ଏବଂ ମୁଖ୍ୟ ସୁରକ୍ଷା ଅଧିକାରୀ ସୁନୀଲ ଦୁଗଲ କହିଲେ, ବେଦାନ୍ତ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜଳ ପରିଚାଳନା କ୍ଷେତ୍ରରେ କମ୍ପାନୀ ବହୁବିଧ ପଦକ୍ଷେପ ଗ୍ରହଣ କରି ଉପଲବ୍ଧ ଜଳର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ସମସ୍ତ ଅଂଶୀଦାରଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିଛି । ଆମେ ଦୀର୍ଘମିଆଦି ଜଳ ପରିଚାଳନାକୁ ପ୍ରାଧାନ୍ୟ ଦେଇଥାଉ । ଏନେଇ ଉନ୍ନତ ଜ୍ଞାନକୌଶଳ ପ୍ରଣାଳୀର ଉପଯୋଗ ଆମେ ଆମର ସମସ୍ତ ଅପରେଶନରେ କରୁଛୁ । ଏହା ଦ୍ୱାରା ଜଳ ବ୍ୟବହାରକୁ ଅପ୍ଟିମାଇଜ୍ କରାଯାଇ ପାରିଛି । ସେହିପରି ଶକ୍ତି ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିଛି । ଏହା ସହିତ ବାୟୋଡାଇଭରସିଟିକୁ ମଧ୍ୟ ସୁରକ୍ଷିତ କରାଯାଇ ପାରିଛି । ବେଦାନ୍ତ ଉଭୟ ଜଳ ପରିଚାଳନା ନୀତି ଏବଂ ଜଳ ପରିଚାଳନା ମାନକକୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ସମସ୍ତ ନୂତନ ପ୍ରକଳ୍ପ ପାଇଁ ଏହା ଲାଗୁ ହୋଇଛି । ଏହାଦ୍ୱାରା ସମସ୍ତ ପ୍ରକଳ୍ପରେ ଜଳ ବ୍ୟବହାରକୁ ହ୍ରାସ କରାଯାଇ ପାରିଛି । ଏହା ସହିତ ଆମେ ଜିରୋ ଲିକୁ୍ୟଇଡ୍ ଡିସଚାର୍ଜ ନୀତି ପାଳନ କରି ଭୂଗର୍ଭ ଜଳକୁ ଆମର ସମସ୍ତ ଅପରେଶନ ରେ ପ୍ରଦୂଷିତ କରୁନାହୁଁ ।

ହିନ୍ଦୁସ୍ଥାନ ଜିଙ୍କ୍ ରେ ୱାଟର ପ୍ରବନ୍ଧନ ମାଧ୍ୟମରେ ପରିବେଶ ସଂରକ୍ଷଣ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇ ଶୁଦ୍ଧ ଜଳର ବ୍ୟବହାର ହ୍ରାସ କରାଯିବା ସହିତ ଜଳର ଗୁଣବତା ବଜାୟ ରଖିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ନିୟୋଜିତ କରାଯାଇଛି । ଯାହାଦ୍ୱାରା ଜଳ ସମ୍ପଦର ସୁବିନିଯୋଗ ହୋଇ ପାରୁଛି । ହିନ୍ଦୁସ୍ଥାନ ଜିଙ୍କ୍ ଏକ ୱାଟର ପଜିଟିଭ୍ କମ୍ପାନୀ ଭାବେ ଘୋଷିତ ହୋଇଛି । ୨.୪୧ ଅନୁପାତରେ ହିନ୍ଦୁସ୍ଥାନ ଜିଙ୍କ୍ ଶ୍ରେଷ୍ଠ ଜଳ ସଂରକ୍ଷଣ କମ୍ପାନୀ ଭାବେ ପ୍ରମାଣିତ ହୋଇଛି ।
ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ନବୀନତମ ପ୍ରୟାସ, ଶ୍ରେଷ୍ଠ ଜ୍ଞାନକୌଶଳ, ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟପ୍ରଣାଳୀ ଦ୍ୱାରା ଭବିଷ୍ୟତ ପାଇଁ ଜଳ ସୁରକ୍ଷାକୁ ରୁଦ୍ଧିମନ୍ତ କରାଯାଇ ପାରୁଛି । ୨୦୨୦ ଆର୍ଥିକ ବର୍ଷରେ କମ୍ପାନୀର ଶୁଦ୍ଧଜଳ ବ୍ୟବହାରରେ ୩.୬ ନିୟୁତ କୁ୍ୟବିକ୍ ମିଟର ହ୍ରାସ ହୋଇପାରିଛି । ଗତ ଆର୍ଥିକ ବର୍ଷରେ ଶୁଦ୍ଧଜଳ ବ୍ୟବହାର ୪ପ୍ରତିଶତ କମିବା ସହିତ ଜଳ ପୁନଃପ୍ରକି୍ରୟାକରଣ ୧୬ ପ୍ରତିଶତ ବୃଦ୍ଧି ପାଇଛି ।
କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସ୍ ପକ୍ଷରୁ ମଧ୍ୟ ଗ୍ରାମୀଣ ବାସିନ୍ଦାଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଘର ପାଖରେ ପାନୀୟଜଳ ଜଳ ପହଂଚାଇବା ପାଇଁ ଏହା ପକ୍ଷରୁ ଜୀବନ ଅମୃତ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାସହିତ ଗ୍ରାମୀଣ ଅଂଚଳର ଜଳ ଉତ୍ସର ପୁନର୍ରୁଦ୍ଧାର, ଜଳକୁଣ୍ଡ ନିର୍ମାଣ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଆବଶ୍ୟକତାକୁ ପୂରଣ କରାଯାଇପାରୁଛି । ଇଏସ୍ଏଲ୍ରେ ଇଟିପି ଦ୍ୱାରା ଜଳ ପ୍ରକ୍ରିୟା କରଣ ପ୍ରତିଶତ ୨୦୧୭-୧୮ରେ ୧୨ ପ୍ରତିଶତରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬ ପ୍ରତିଶତକୁ ବୃଦ୍ଧି ହୋଇପାରିଛି । ଏହା ସହିତ ୧୦୦ପ୍ରତିଶତ ବର୍ଜ୍ୟଜଳର ପୁନଃପ୍ରକି୍ରୟାକରଣ କରାଯାଉଛି । ସ୍ୱଜଳ ପ୍ରକଳ୍ପ ଅନ୍ତର୍ଗତ ସୁରକ୍ଷିତ ପାନୀୟ ଜଳ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯାଉଛି ।
ବେଦାନ୍ତର ଫ୍ଲାଗଶିପ୍ ଗୋଷ୍ଠୀ ଉନ୍ନୟନ ପ୍ରୟାସ ନନ୍ଦଘର ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଏହା ସହିତ ଜଳ ଅଭାବ ଥିବା ଅଂଚଳରେ ସ୍ୱଚ୍ଛ ଜଳ ହଜାର ହଜାର ଶିଶୁ, ମା’ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ସହିତ ଜଳ ଉପଲବ୍ଧ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟକର ସୁବିଧା ଦେଶରେ ଯୋଗାଇ ଦେବା ଲାଗି ଗୁରୁତ୍ୱାରୋପ କରାଯାଉଛି । ନନ୍ଦଘର ପକ୍ଷରୁ ଏହାର ହିତାଧିକାରୀଙ୍କୁ ସ୍ୱଚ୍ଛ ଜଳ ଏବଂ ପରିମଳ ସୁବିଧା ଯୋଗାଣରେ ମୁଖ୍ୟ ଭୂମିକା ଗ୍ରହଣ କରାଯାଇଛି । ଏହା ସହିତ ଜଳର ସୁବିନିଯୋଗକୁ ପ୍ରଧାନ୍ୟ ପ୍ରଦାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ …

Leave a Reply

Your email address will not be published. Required fields are marked *