Saturday , June 19 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ଅନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଏହାର ଓଡ଼ିଶାର ଲାଞ୍ଜିଗଡ଼ ଏବଂ ଝାରରସୁଗୁଡ଼ା ପ୍ଲାଂଟ୍ ଏବଂ ଛତିଶଗଡ଼ର କୋର୍ବା ସ୍ଥିତ ବାଲକୋ ପ୍ଲାଂଟ୍ ର ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା କରାଯାଇଛି । ବେଦାନ୍ତ ଲିମିଟେଡ ର ଆଲୁମିନିୟମ ଓ ପାୱାରର ସିଇଓ ଏବଂ ବାଣିଜି୍ୟକ ଏମଡି ଅଜୟ କାପୁର ଏସମ୍ପର୍କରେ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଏକ ଭିଡିଓ ବାର୍ତା ମାଧ୍ୟମରେ ସେ ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଘୋଷଣା କରିଛନ୍ତି । ଗତବର୍ଷ, କମ୍ପାନୀ ସମସ୍ତ କର୍ମଚାରୀଙ୍କ ପାଇଁ ଟର୍ମ ଜୀବନ ବୀମା ଘୋଷଣା କରାଯାଇଥିଲା । କୋଭିଡ୍ ସଙ୍କଟ ସମୟରେ ଯେକୌଣସି ଦୁର୍ଭାଗ୍ୟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିଲା । ଏଥିସହ, ଓଡ଼ିଶା ସ୍ଥିତ ବେଦାନ୍ତର ଆଲୁମିନିୟମ ସ୍ମେଲଟରରେ କାର୍ଯ୍ୟରତ ବ୍ୟବସାୟିକ ଅଂଶୀଦାରଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟ ବୀମା ପଲିସିରେ ସାମିଲ କରାଯାଇଛି । ଏହା ଚିକିତ୍ସିତ ହେଉଥିବା କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ସକ୍ଷମ ହୋଇପାରିଥାଏ ।

ଏହି ଅବସରରେ ଆଲୁମିନିୟମ ବ୍ୟବସାୟର ସହକାରୀ ସିଇଓ ରାହୁଲ ଶର୍ମା କହିଲେ, ଆମ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଆମର ପ୍ରାଥମିକତା, ଏବଂ ଆମେ ମହାମାରୀ ବିରୋଧରେ ସୁରକ୍ଷା ପ୍ରୋଟୋକଲ ଜାରି ରଖିଛୁ । ଆମର କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତ ପ୍ଲାଂଟ୍ ଅଂଚଳରେ ବହୁବିଧ ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀ ଲଢ଼େଇରେ ଆମେ ସମଗ୍ର ଦେଶ ସହ ମିଳିତ ଭାବେ ଛିଡା ହୋଇଛୁ । କୋଭିଡ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଆମେ ଆମର କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ । ବୀମା ପଲିସି ଏହି ଦିଗରେ ଏକ ଛୋଟ କିନ୍ତୁ ମହତ୍ୱପୂର୍ଣ୍ଣ ପ୍ରୟାସ ।

ଏହି ଅବସରରେ ୱେଲସପ୍ରିଙ୍ଗ୍ ହେଲଥ୍ କେୟାର ପ୍ରା.ଲିଃ.ର ନିର୍ଦ୍ଧେଶକ ମୋଇନ କାଜି କହିଲେ, କୋଭିଡ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଚିକିତ୍ସା ୱେଲସପ୍ରିଙ୍ଗ୍ ହେଲଥ୍ କେୟାର ପ୍ରା.ଲିଃ.ବେଦାନ୍ତର ବ୍ୟବସାୟିକ ଅଂଶୀଦାର ଭାବେ ଝାରସୁଗୁଡ଼ା ସ୍ଥିତ ପ୍ଲାଂଟ୍ ଅଂଚଳରେ କାର୍ଯ୍ୟ ଜାରି ରଖିଛୁ । କର୍ମଚାରୀ, ପରିବାର ଏବଂ ବ୍ୟବସାୟିକ ଭାଗିଦାରୀଙ୍କ ସ୍ୱାସ୍ଥ୍ୟ ତଥା ଉନ୍ନତି ପାଇଁ ଆମର କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଏହା ସହିତ ସେମାନଙ୍କ ସାମୁହିକ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ବେଦାନ୍ତ ଏହାର କର୍ମଚାରୀ ତଥା ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଓଡିଶା ଏବଂ ଛତିଶଗଡର ଦୁର୍ଗମ ଅଂଚଳରେ ଥିବା ଏହାର ପ୍ଲାଂଟ୍ ଏବଂ ଅତ୍ୟାଧୁନିକ ଟାଉନଶିପ୍ ରେ ବହୁ ପଦକ୍ଷେପ ଗ୍ରହଣ କରିଛି ।

• ଆପୋଲୋ ହସ୍ପିଟାଲ ସହିତ ମିଳିତ ଭାବରେ ୨୪୍‍୭ ସ୍ୱାସ୍ଥ୍ୟ ହେଲ୍ପ ଲାଇନ ସ୍ଥାପନ କରାଯାଇଛି ।

• ଇତିମଧ୍ୟରେ ୭୫୦୦ ରୁ ଅଧିକ କର୍ମଚାରୀ, ପରିବାର ଏବଂ ବ୍ୟବସାୟିକ ଅଂଶୀଦାରଙ୍କୁ ମାଗଣାରେ ଟିକାଦାନ କରାଯାଇଛି । ଏହା ସହିତ ୧୦୦% ଟିକାକରଣ ପାଇଁ ଯୋଜନା ମଧ୍ୟ ରହିଛି ।
• ଓଡ଼ିଶା ଏବଂ ଛତିଶଗଡରେ ବେଦାନ୍ତ ପକ୍ଷରୁ ୫୫୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଂଟର ଏବଂ କ୍ୱାରାଟାଂଇନ ସୁବିଧା ଆକ୍ରାନ୍ତଙ୍କ ପାଇଁ ସ୍ଥାପନ କରାଯାଇଛି ।
• କୋଭିଡ୍ ଟାସ୍କ ଫୋର୍ସ ସମସ୍ତ କର୍ମଚାରୀ ଏବଂ ତାଙ୍କ ପରିବାରଙ୍କ ତଦାରଖ ଦାୟିତ୍ୱ ଗ୍ରହଣ କରିଛନ୍ତି ।
• ପ୍ଲାଂଟ୍ ଏବଂ ଟାଉନଶିପରେ ସାମାଜିକ-ଦୂରତାର ତଦାରଖ ପାଇଁ ନିୟମିତ ପାଟ୍ରୋଲିଂ ସହିତ ଡ୍ରୋନ ଏବଂ ସିସିଟିଭି ବ୍ୟବହାର କରାଯାଉଛି ।
• ଟାଉନଶିପରେ ପନିପରିବା, କ୍ଷୀର, ତେଜରାତି ସାମଗ୍ରୀ ଆଦିର ବିକ୍ରୟ କ୍ଷେତ୍ରରେ ସାମାଜିକ ଦୂରତା ନିଶ୍ଚିତ କରାଇବା ଲାଗି ଏକ ଅନଲାଇନ ଟାଇମ୍ ସ୍ଲଟ-ବୁକିଂ ପୋର୍ଟାଲ ବିକଶିତ କରାଯାଇଛି । ଏହା ଦ୍ୱାରା ଲୋକଙ୍କ ଭିଡ଼ ଏବଂ ସମୟ ନିୟନ୍ତ୍ରଣ କରାଯାଇପାରୁଛି । ଫଳରେ ଲୋକେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରୁଛନ୍ତି ।
• ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ପାଇଁ ପ୍ଲାଂଟ୍ ଏବଂ ଟାଉନଶିପ୍ ରେ ରାପିଡ ଆଂଟିଜେନ ଟେଷ୍ଟ୍ ମାଗଣାରେ କରାଯାଉଛି ।
• ଚିକିତ୍ସା ଳାଗି ସମସ୍ତ କୋଭିଡ୍ ଆକ୍ରାନ୍ତ କର୍ମଚାରୀଙ୍କ ପାଇଁ ଦରମା ସହିତ ଛୁଟିର ବ୍ୟବସ୍ଥା କରାଯାଇଛି ।
• କର୍ମଚାରୀଙ୍କ ସୁସ୍ଥତାକୁ ପ୍ରାଥମିକତା ଦିଆଯିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରାଯାଉଛି ।
• ଟେଲିମେଡିସିନ ସୁବିଧା ଉପଲବ୍ଧ ହେଉଛି । ଏହାଦ୍ୱାରା ରୋଗୀମାନେ ଫୋନ ଏବଂ ଭିଡିଓ କଲିଂ ମାଧ୍ୟମରେ ଆବଶ୍ୟକ ପରାମର୍ଶ ଡାକ୍ତରଙ୍କଠାରୁ ଗ୍ରହଣ କରିପାରୁଛନ୍ତି ।
• ବାହ୍ୟ ଗମନାଗମନକୁ ପ୍ଲାଂଟ୍ ଏବଂ ଟାଉନଶିପ ଅଂଚଳରେ ବନ୍ଦ କରାଯାଇଛି ।
• ବେଦାନ୍ତର ନିଜସ୍ୱ ହସ୍ପିଟାଲଗୁଡ଼ିକୁ କର୍ମଚାରୀଙ୍କ ଯେକୌଣସି ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି ।
• କମ୍ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ପ୍ଲାଂଟ୍ରେ କାର୍ଯ୍ୟ କରାଯିବା ସହିତ ୱାର୍କ ଫର୍ମ ହୋମ୍ ଜାରି ରହିଛି ।

କୋଭିଡ୍ ସଂକ୍ରମଣ ରୋକିବା ଏବଂ ଟିକାକରଣନେଇ ଲୋକଙ୍କୁ ସଚେତନ କରାଯାଉଛି । ଏହା ସହିତ ସାନିଟେଶନ କିଟ୍ ବଂଟନ ଏବଂ ସର୍ବସାଧାରଣସ୍ଥଳ ପାରିପାଶ୍ୱିର୍କ ଗ୍ରାମଗୁଡିକୁ ସାନିଟାଇଜ କରାଯାଉଛି । ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କମ୍ପାନୀ ଓଡିଶା ଏବଂ ଛତିଶଗଡରେ ଦୁଇଟି କୋଭିଡ୍ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିବାକୁ ଯୋଜନା କରିଛି । ଝାରସୁଗୁଡାରେ ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବାକୁ ବେଦାନ୍ତ ପକ୍ଷରୁ ଜିଲ୍ଲା ହସ୍ପିଟାଲଗୁଡ଼ିକକୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେଉଛି । କମ୍ପାନୀ ପକ୍ଷରୁ ଓଡିଶାର ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲକୁ ୧୦,୦୦୦ ଆରଟି-ପିିସିଆର୍ ଟେଷ୍ଟ୍ କିଟ ଯୋଗାଇ ଦିଆଯାଇଛି ।

ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍ନେସ୍ ଯାହାକି ବେଦାନ୍ତ ଲିମିଟେଡ୍ ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ସାଥୀ ସୁରକ୍ଷା ଯୋଜନା

ଭୁବନେଶ୍ୱର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କୋଭିଡ଼-୧୯ ସମସ୍ତଙ୍କ ଜୀବନରେ ବିରାଟ ପରିବର୍ତନ ଆଣିଛି । କର୍ମଚାରୀ ହୁଅନ୍ତୁ କି ସେମାନଙ୍କ ପରିବାରବର୍ଗ କିମ୍ବା ବ୍ୟକ୍ତିବିଶେଷସ୍ତରରେ …

Leave a Reply

Your email address will not be published. Required fields are marked *