Saturday , June 19 2021
Breaking News
Home / ନିର୍ବାଚନ / ‘ବେଇମାନି କେବେ ସ୍ୱାଭିମାନୀ ହୋଇ ପାରିବେନି’

‘ବେଇମାନି କେବେ ସ୍ୱାଭିମାନୀ ହୋଇ ପାରିବେନି’

              ଜୋନ୍ ସ୍ଥରୀୟ ବିଜେଡିର ଯୁବ ଛାତ୍ର ସଂକଳ୍ପ ସମାବେଶ

ପାଟକୁରା, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବେଇମାନି କେବେ ସ୍ୱାଭିମାନି ହୋଇ ପାରବେ ନାହିଁ ବୋଲି ରାଜ୍ୟ ଖାଦ୍ୟଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ଗରଦପୁର ବ୍ଲକର ପାଖଡ ପଂଚାୟତ ଅଧିନ ପାଖଡ ହାଇସ୍କୁଲ ନିକଟସ୍ଥ ଏକ ପଡିଆରେ  ଶୁକ୍ରବାର ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୧ ନମ୍ବର ଜିଲା ପରିଷଦ ଜୋନ ସ୍ତରିୟ ବିଜେଡି ଯୁବ ଛାତ୍ର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଖାଦ୍ୟଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗ ଦେଇ ସମୃଦ୍ଧ ପାଟକୁରା ଗଠନ କରିବା ପାଇଁ ଯୁବ ବିଜେଡି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବିଗତ ବର୍ଷରେ ମୂଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖି ନିଜ ନେତାଙ୍କୁ ବେଇମାନ କରି ଥିବା ଲୋକ କେବେ ସ୍ୱାଭିମାନୀ ହୋଇ ପାରେନା ବୋଲି କାହାର ନାମ ନ ନେଇ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିରୋଧି ପ୍ରାର୍ଥୀଙ୍କ ପ୍ରତି ଏହା ତାଛଲ୍ୟ କରି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କଂଗ୍ରେସ ଦେଶକୁ ଶୋଷଣ କରିଥିବା ବେଳେ,ବିଜେପି ଦଳ ଭାଷଣ ଦେଉଛି ଓ ବିଜେଡି କେବଳ ନିର୍ମାଣ କାର୍ଯ୍ୟ କରୁଛି । ସଭାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଯୁବ ବିଜେଡି କର୍ମୀମାନେ ଦଳର ସେନା ଭାବେ କାର୍ଯ୍ୟ କରିଥାଆନ୍ତି ବୋଲି କହିଥିବାବେଳେ,୧୪୫୨କୋଟି ରାଜସ୍ୱ ଟଙ୍କାରୁ ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ଟଙ୍କିକିଆ ଚାଉଳ ଦେଉଥିବା ବେଳେ କେନ୍ଦ୍ର ସରାକାର ରାଜ୍ୟରୁ କୋଇଲା ରୟାଲିଟ୍ ଭାବରେ ୭୦ ହଜାର କୋଟି,ରେଳ ବିଭାଗରୁ୨୪ ହଜାର କୋଟି ଆଦି ବିଭିନ୍ନ ବିଭାଗରୁ ରୟାଲିଟ୍ ଆକାରରେ ରାଜସ୍ୱ ନେଉଥିବା ବେଳେ,ଆମ ରାଜ୍ୟକୁ ସ୍ୱଳ୍ପ ପରିମାଣର ରାଜସ୍ୱ ଦେଉଛନ୍ତି । ସୁକିନ୍ଦାର ବିଧାୟକ ପ୍ରିତୀ ରଞ୍ଜନ ଘଡେଇ ଯୋଗ ଦେଇ ରାଜ୍ୟର ବିକାଶ ପାଇଁ ମୂଖ୍ୟମନ୍ତ୍ରୀ ନବୀନବାବୁ ସବୁ ଯୋଜନା କରୁଥିବାବେଳେ ପାଟକୁରାର ବିକାଶ ପାଇଁ ମଧ୍ୟ ଯୋଜନା କରିଛନ୍ତି । କୋରେଇର ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ସ୍ୱର୍ଗତ ନେତା ବିଜୁ ବାବାବୁଙ୍କ ଅମର ଆତ୍ମା ଓ ସମ୍ମାନ ରଖିବାକୁ ଆମେ ନିଷ୍ପତି ନେଇ ନିର୍ବାଚନକୁ ଆସିଛୁ,ପାଟକୁରାର ବିକାଶ ଧାରାକୁ ଜାରି ରଖିବାକୁ ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲଙ୍କୁ  ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ରାଜ୍ୟ ସରକାରଙ୍କ ଉପ-ମୂଖ୍ୟ ସଚେତକ ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗ ଦେଇ ପାଟକୁରାରେ ବିଜେଡିର ବିକଳ୍ପ ନ ଥିବା,ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୂହେଁ କାମରେ କରି ଦେଖାଇ ଦିଅନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ରାଜ୍ୟ ଛାତ୍ର ବିଜେଡି ଉପ-ସଭାପତି ରାକେଶ ମହାପାତ୍ର,ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ଯୁବ ବିଜେଡି କର୍ମୀ କମଲ ମିଶ୍ର,ଦେବୀ ପ୍ରସାଦ ଲେଙ୍କା,ଆଶୁତୋଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ  ଅଗ୍ରୱାଲଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ଦଳୀୟ କର୍ମକର୍ତାମାନଙ୍କୁ ନିବେଦନ କରିଥିଲେ । ଆଲୋକ ମାହାଳି ସଭାକୁ ସଂଚାଳନ କରିଥିବାବେଳେ ପାଖଡ ପଂଚାୟତର ସରପଂଚ ଗୌରାଙ୍ଗ ଚରଣ ପରିଡା ଧନ୍ୟବାଦ ଦେଇଥିଲେ । ଏହି ସମାବେଶରେ ୧୧ନମ୍ବର ଜିଲା ପରିଷଦ ଅଧିନରେ ଥିବା ପାଟକୁରା,ବେଡାରୀ, ପଦ୍ମପୁର,ପାଖଡ, ଗରଦପୁର, କଳାବୁଦା ପଂଚାୟତରୁ ହଜାର ହଜାର ଯୁବ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *