Saturday , June 19 2021
Breaking News
Home / ତାଜା ଖବର / ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାମୁଖ୍ୟ ଅଭିଯୁକ୍ତ ଗିରଫ

ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାମୁଖ୍ୟ ଅଭିଯୁକ୍ତ ଗିରଫ

ଘଟଗାଁ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡା ଗ୍ରାମରେ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପାଟଣା ବ୍ଲକ ଅନ୍ତର୍ଗତ ଖମୁଆ ଗ୍ରାମର ଦନାର ମୁଣ୍ଡାକୁ ଘଟଗାଁ ପୋଲିସ ଗିରଫ କରିବାକୁ ସଫଳ ହୋଇଛି । ଗତ ୭ ତାରିଖରେ ଗୋଧିରାମପଡା ଗ୍ରାମର ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ସ୍ତ୍ରୀ ଚମ୍ପା ମୁଣ୍ଡା ରାତିରେ ଖାଇସାରି ଘର ବାରଣ୍ଡାରେ ଶୋଇଥିବା ସମୟରେ ଦନାର ମୁଣ୍ଡା ବିଳମ୍ବିତ ରାତିରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣିହତ୍ୟା କରିଥିଲେ । ତେବେ ଦନାର ବୃଦ୍ଧ ଦମ୍ପତିଙ୍କ ବିବାହିତ ଝିଅକୁ ପ୍ରେମକରିବା ସହ ନେଇ ପଳାଇବା ଘଟଣାକୁକେନ୍ଦ୍ର କରି ଝଗଡା ହୋଇଥିଲା । ଯାହାଫଳରେ ଦନାର ଯୋଜନା ବଦ୍ଧ ଭାବେ ବୃଦ୍ଧ ଦମ୍ପତିକୁ ହତ୍ୟା କରିଥିଲା । ଦନାର ମୁଣ୍ଡାକୁ ପୋଲିସ ଗିରଫ କରି ଡାକ୍ତରୀ ପରିକ୍ଷା କରି କୋର୍ଟ ଚାଲାଣ କରାଯାଇଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲୀକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *