Friday , June 25 2021
Breaking News
Home / ତାଜା ଖବର / ବୃଦ୍ଧଙ୍କ ଅସ୍ୱାଭାବିକ ମୃତୁ୍ୟ,ଥାନାରେ ହତ୍ୟାର ମାମଲା ରୁଜୁ 

ବୃଦ୍ଧଙ୍କ ଅସ୍ୱାଭାବିକ ମୃତୁ୍ୟ,ଥାନାରେ ହତ୍ୟାର ମାମଲା ରୁଜୁ 

ଗରଦପୁର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ନଡିଆବରାଇ ପଂଚାୟତର ଡାହାଳପୁର ଗା୍ରମର ସତ୍ୟାନନ୍ଦ ରାଉତ (୮୨) ଙ୍କର ଗତ କାଲି ରାତ୍ରି ୮ଟା ସମୟରେ ନିଜ ଘର ପାହାଚରୁ ଗଳିପଡି ଅସ୍ୱାଭାବିକ ଭାବରେ ମୃତ୍ୟୁ ଘଟିଥିବାବେଳେ,ଏ ସମ୍ପର୍କରେ ମୃତକଙ୍କ ବୋହୁର ଅଭିଯୋଗ କ୍ରମେ ପାଟକୁରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ସତ୍ୟାନନ୍ଦ ନିଜ ଘର ପିଣ୍ଡା ପାହାଚରେ ବସିଥିଲେ । ଏହି ସମୟରେ ମଦ୍ୟପାନକୁ କେନ୍ଦ୍ର କରି ସତ୍ୟାନନ୍ଦଙ୍କ ପୁଅ ଶୁକଦେବଙ୍କ ସହିତ ଗ୍ରାମର କେତେକ ପାଖ ପଡୋଶୀମାନେ ପାଟିତୁଣ୍ଡ  କରିଥିଲେ । ଏଥିରେ ବ୍ୟଥିତ ହୋଇ ସତ୍ୟାନନ୍ଦ ପାଟିତୁଣ୍ଡରୁ ପୁଅ ଶୁକଦେବଙ୍କୁ ନିବୃତ କରାଇଥିଲେ । ଏହି ଘଟଣାର କିଛି ସମୟ ପରେ ସତ୍ୟାନନ୍ଦ ଘର ପାହାଚରେ ବସିଥିବା ସମୟରେ ତଳକୁ ଗଳିପଡି ପ୍ରାଣ ହରାଇ ଥିଲେ । ଏ ସମ୍ପର୍କରେ ସତ୍ୟାନନ୍ଦଙ୍କ ବୋହୁ ମନ୍ଦାକିନୀ ରାଉତ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ,ଗତକାଲି ସନ୍ଧ୍ୟା ସମୟରେ ଆମ ସ୍ୱାମୀ ,ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ସମୟରେ ପାଖ ପଡୋଶୀ ୬ ଜଣ ଲୋକମାନେ ସେଠାରେ ପହଂଚି ଠେଲାପେଲା କରିଥିଲେ । ଏହି ସମୟରେ ଶଶୁର ସତ୍ୟାନନ୍ଦ ପାଟିତୁଣ୍ଡ ବନ୍ଦ କରିବାକୁ ଚେଷ୍ଟା କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ କେହି ଜଣେ ସତ୍ୟାନନ୍ଦଙ୍କୁ ଠେଲି ଦେବାରୁ ସତ୍ୟାନନ୍ଦ ସେଠାରେ ପଡିଯାଇଥିଲେ । ପରେ ସତ୍ୟାନନ୍ଦଙ୍କୁ ପାଟକୁରା ମେଡିକାଲକୁ ନିଆଯାଇଥିଲା ,ସେଠାରେ ଡାକ୍ତର ସତ୍ୟାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ । ମନ୍ଦାକିନୀଙ୍କ ଏହି ଅଭିଯୋଗ ଉପରେ ପାଟକୁରା ପୁଲିସ ସତ୍ୟାନନ୍ଦଙ୍କ ଶବକୁ ଜବତ କରିବା ସହିତ ବ୍ୟବଛେଦ କରିବା ପାଇଁ କେନ୍ଦ୍ରାପଡା ପଠାଇ ଥାନାରେ ଏକ ୨୪୩/୧୯ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପାଟକୁରା ଥାନା ଅଧିକାରୀ ସୁଜିତ୍୍ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *