Wednesday , June 16 2021
Breaking News
Home / ବିଶେଷ / ‘ବୃକ୍ଷପୂଜା ଆମ ସଂସ୍କୃତିର ଅନ୍ୟତମ ନିଦର୍ଶନ’

‘ବୃକ୍ଷପୂଜା ଆମ ସଂସ୍କୃତିର ଅନ୍ୟତମ ନିଦର୍ଶନ’

ରାଜନଗର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ବନଖଣ୍ଡ ପକ୍ଷରୁ ୭୦ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲା ଦୌରାଜଜ୍ ବାସୁଦେବ ପଣ୍ଡା ଯୋଗଦେଇ ବୃକ୍ଷପୂଜା ଆମ ସଂସ୍କୃତିର ଅନ୍ୟତମ ନିଦର୍ଶନ ବୋଲି କହିଥିଲେ  । ଅଶ୍ୱତ୍ଥ ଓ ବଟ ବୃକ୍ଷକୁ କାହିଁ କେଉଁ ଆବହମାନ କାଳରୁ ଭାରତୀୟମାନେ ପୂଜା କରି ଆସୁଛନ୍ତି । ଆଜି ପରିବେଶ ପ୍ରଦୂଷଣ ରୋକିବାକୁ ହେଲେ ଚାରାରୋପଣ ଏକମାତ୍ର ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ । ରାଜନଗର ବନଖଣ୍ଡ ଅଧିକାରୀ ବିମଳପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ମଦନପୁରସ୍ଥିତ ୟୁ.କେ.ମହାବୀର ମହାବିଦ୍ୟାଳୟ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ରାଜନଗର ଜଏମଏଫସି ସାଧନଜିତ୍ ପଣ୍ଡା ଯୋଗଦେଇ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିବାକୁ ହେଲେ ଚାରାରୋପଣ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଉମେଶଚନ୍ଦ୍ର ପରିଡା ଯୋଗଦେଇ ଜୀବଜଗତର ସୁରକ୍ଷା ପାଇଁ ସନ୍ତୁଳିତ ପରିବେଶ ଆବଶ୍ୟକ, ଚାରାରୋପଣ ଭଳି ମହତ କାର୍ଯ୍ୟ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ଅନୁଷ୍ଠାନର ଛାତ୍ରୀ ମଧୁସ୍ମିତା ଜେନା ଗୋଟିଏ ଚାରାରୋପଣ ଦଶଟି ଅଶ୍ୱମେଧ ଯଜ୍ଞ ସହ ସମାନ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନସଂରକ୍ଷକ ପ୍ରଦୋଷ କୁମାର ପଟ୍ଟନାୟକ, ବିଜୟକୁମାର ପରିଡା, ଅମରେଶନାଥ ପ୍ରଧାନ, ଶ୍ରୀରାମପଦ ଅରବିନ୍ଦ ମିଶ୍ର, ପ୍ରଦୀପକୁମାର ମହାନ୍ତିଙ୍କ ସହ ଜିଲା ଇକୋକ୍ଲବ ସଂଯୋଜକ ଗୋପୀନାଥ ଦାଶ, ପ୍ରକୃତିବନ୍ଧୁ ଭାଷ୍କର ରାଉତରାୟ, ସାମ୍ବାଦିକ ଜଗନ୍ନାଥ ଦାସ ପ୍ରମୁଖ ଯୋଗଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପବିତ୍ରମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଜିଲା ଦୈାରାଜଜ ଶ୍ରୀଯୁକ୍ତ ପଣ୍ଡା ଏକ ବଉଳ ଗଛ ଲଗାଇ ତାର ନାମ ଗୁଣ୍ଡିଚା ଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ମାନ୍ୟବର ଜେଏମଏଫସି ଶ୍ରୀଯୁକ୍ତ ପଣ୍ଡା ଗଛଟିଏ ଲଗାଇ ତାର ନାମ ଜଗା ରଖିଥିଲେ । ଏହାପରେ ଅନୁଷ୍ଠାନ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନବିଭାଗର ବିଜୟକୁମାର ପାତ୍ର, ରଂଜନକୁମାର ପାଣି, ରଂଜନକୁମାର ପାଢି, ବିଜୟକୁମାର ଦାସ ପ୍ରମୁଖଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରକାନ୍ତ ଦାସଙ୍କ ଦ୍ୱାରା କଳାକୃତୀକୁ ଅତିଥିମାନେ ବୁଲି ଦେଖିବା ପରେ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *