Thursday , June 24 2021
Breaking News
Home / କୃଷି / ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର 

ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର 

ତାରପୁର, ୩୦/୦୧/୨୦୨୧(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଉତରକୂଳ ପଂଚାୟତର ପିଁପୁର ଜାଗୁଳେଇ ପୀଠ ଠାରେ ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ କୃଷି ଅଧିକାରୀ ରବିନାରାୟଣ ପାତ୍ର ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ବିହନ ରୋଗମୁକ୍ତ କରାଇବା ଓ ବିହନ ଜନିତ ରୋଗଠାରୁ ଫସଲକୁ ରକ୍ଷା କରାଯିବା ସହିତ କିପରି ଅଧିକରୁ ଅଧିକ ଅମଳ ହୋଇ ପାରିବ, ସେ ବିଷୟରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସ୍ଥାନୀୟ ସରପଂଚ ଦିଲିପ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ । କୃଷି ଅଧିକାରୀ ସିଦ୍ଧାର୍ଥ ସାରଥୀ ପରିଡ଼ା ଚାଷୀମାନଙ୍କୁ ମାସ୍କ ଓ ବିଶୋଧକ ବଂଟନ କରିଥିଲେ । ବିହନ ବିଶୋଧନ ପ୍ରକି୍ରୟା ବାବଦରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଭିଏଡ଼ବ୍ଲ୍ୟୁ ଶୁଭ୍ରାଂଶୁ ବେହେରା, କୃଷକ ସାଥି ପ୍ରତାପ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *