Saturday , July 31 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବିଶ୍ୱ ସଙ୍ଗିତ ଦିବସ ପାଳିତ  

ବିଶ୍ୱ ସଙ୍ଗିତ ଦିବସ ପାଳିତ  

ଗରଦପୁର, ୨୧/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି ବିଶ୍ୱ ସଙ୍ଗିତ ଦିବସ ଗରଦପୁର ବ୍ଲକ୍ ନିକଟସ୍ଥ ତିକନପୁରସ୍ଥିତ ତି୍ରଲୋଚନ ମହାପୁରୁଷ ଙ୍କ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି । ଶ୍ରୀ ଜଗନ୍ନାଥ କଳା , ସଂସ୍କୃତି ଓ ସଂକୀର୍ତନ ପରିଷଦ ତରଫରୁ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ନବଘନ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ସ୍ଥାନୀୟ କଳାକାଙ୍କ ସମେତ ମହାକାଳପଡ଼ାର ରାମନଗରସ୍ଥିତ ବିଷ୍ଣୁପ୍ରିୟା କଳା ପରିଷଦ ଯୋଗଦେଇ ସଙ୍ଗିତ ପରିବେଷଣ କରିଥିଲେ । ଏହି ଉତ୍ସବ ପାଳନ ପରିପ୍ରେକ୍ଷିରେ ଓଡ଼ିଶି ସଙ୍ଗିତକୁ ଶାସ୍ତ୍ରୀୟ ମାନ୍ୟତା ତୁରନ୍ତ ପ୍ରଦାନ କରିବା ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଉପରେ ଚାପ ପ୍ରୟୋଗ କରିବା ପାଇଁ ଉତ୍ସବରେ ସମାନୀୟ ଅତିଥି ଭାବେ ଯୋଗ ଦେଇ ସ୍ତମ୍ଭକାର ହିରଣ୍ୟ ମହାନ୍ତି , ପ୍ରାଧ୍ୟାପକ ନୀରୋଦ ଦାସ, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ପ୍ରମୁଖ ଦାବି କରିଥିଲେ । ଏହି ଅବସରରେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ପରିଚୟ ଓଡ଼ିଶି ସଙ୍ଗିତ । ଏହାକୁ ଦୀର୍ଘ ବର୍ଷ ଧରି ଉପେକ୍ଷା କରାଯାଇ ଆସୁଛି ।  ଓଡ଼ିଶି ସଙ୍ଗିତ  ସାରା ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଓଡ଼ିଶି ସଙ୍ଗିତର ଶାସ୍ତ୍ରୀୟତା ସର୍ବ ଜନ ବିଦିତ । କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ ଶାସ୍ତ୍ରୀୟ ସ୍ୱିକୃତି ମିଳିବାରେ ଟାଳ ଟୁଳ ନୀତି ଚାଲିଥିବାରୁ ଏହା ପ୍ରତି ଓଡ଼ିଆ ଙ୍କୁ ଆଘାତ ହେଉଛି ବୋଲି ମତ ପ୍ରକାଶ ପାଇଥିଲା । ପରିଶେଷରେ ବିଷ୍ଣୁପ୍ରିୟା କଳାପରିଷଦର  କଳାକାରମାନେ ଭାବପୂର୍ଣ୍ଣ ସଙ୍ଗିତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବରେ ମହନ୍ତ ତପନ ବାବା, ତ୍ରିଲୋଚନ ବିଶ୍ୱାଳ,ଉଦୟ କୁମାର ନାଥ, ବ୍ରଜ କିଶୋର ମିଶ୍ର,ବୈକୁଂଠ ଚରଣ ନାୟକ , ନୀରଂଜନ ମୋତି, ରତ୍ନାକର ସ୍ୱାଇଁ, ଅଭୟ କୁମାର ଶତପଥି, ଅନାଦି ଅବଧୂତ ବାବା, ଆଦିତ୍ୟା ଦାସ, ଓଡ଼ିଶି ନୃତ୍ୟ ଶିଳ୍ପି ସୁଶ୍ରୀ ସଙ୍ଗିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ମଧୁବାବୁ ପାଠାଗାରର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ହରିପୁର ଦୋଳମୁଣ୍ଡାଇ ଶ୍ରୀଜୀଉଙ୍କ ବାହୁଡୁଡ଼ା ଯାତ୍ରା

କଟକ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ହରିପୁର ଦୋଳମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ପତିତପାବନ ଜୀଉ ମାନଙ୍କ ବାହୁଡା ଯାତ୍ରା କେନ୍ଦ୍ର ସରକାର ଓ …

Leave a Reply

Your email address will not be published. Required fields are marked *