Tuesday , June 15 2021
Breaking News
Home / ବିଶେଷ / ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥଙ୍କର ଶ୍ଳୋକ ଓ ଆଦର୍ଶ ପ୍ରଚାର ହେବ

ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥଙ୍କର ଶ୍ଳୋକ ଓ ଆଦର୍ଶ ପ୍ରଚାର ହେବ

ଭୁବନେଶ୍ୱର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ଇଂଟରନ୍ୟାସନାଲ୍ ସେଂଟର ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ୧ଲକ୍ଷ ଦୀପଦାନ କରାଯାଇ କରୋନା ମୁକ୍ତ ବିଶ୍ୱ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହିମା ଅନନ୍ୟ । ବିଶ୍ୱ ଶାନ୍ତି ପାଇଁ ପ୍ରଭୁଙ୍କ ମହିମା ବିଶ୍ୱବ୍ୟାପୀ ପ୍ରଚାର କରିବା ପାଇଁ ଓଡ଼ିଶା ଇଂଟରନ୍ୟାସନାଲ୍ ସେଂଟର ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀ ଜଗନ୍ନାଥ ମହୋତ୍ସବ ନାମରେ ଆଗାମୀ ୧୨ ଜାନୁଆରୀ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏହି ଅଭିନବ ଯୋଜନାର ଶୁଭାରମ୍ଭ କରାଯିବ । ସ୍ଥାନୀୟ ବ୍ଲାଇଣ୍ଡ ଆସୋସିଏସନ୍ ପ୍ରେକ୍ଷାଳୟରେ ଏହି ଯୋଜନାର ଉଦଘାଟନ ହେବ । ଉଦଘାଟନ କରିବେ ଶ୍ରୀ ଜଗନ୍ନାଥ ମନ୍ଦିର ଛତିଶା ନିଯୋଗର ନାୟକ (ସଭାପତି) ଶ୍ରୀ ପାଟ୍ଟଯୋଶୀ ଜନାର୍ଦ୍ଧନ ମହାପାତ୍ର । ଅନ୍ୟ ଅତିଥିମାନଙ୍କ ଭିତରେ ମୁଖ୍ୟବକ୍ତା ଭାବେ ଯୋଗଦେବେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଧେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଆଡଭୋକେଟ୍ ସୂର୍ଯ୍ୟନାରାୟଣ ଦାସ ଓ ବିଶିଷ୍ଟ ହୋଟେଲ୍ ଶିଳ୍ପପତି ରାଜକିଶୋର ପାତ୍ର । ସଭାରେ ଅଧ୍ୟକ୍ଷତା କରିବେ ଏ.ଆଇ.ଆଇ.ଏମ୍.ଏସ୍.ର ପୂର୍ବତନ ନିର୍ଦ୍ଧେଶକ ତଥା ବର୍ତମାନ ଏସ୍.ଓ.ଏ.ର କୁଳପତି ପ୍ରଫେସର (ଡକ୍ଟର) ଅଶୋକ ମହାପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ମହୋତ୍ସବର ଏହି ବିଶେଷ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଓଡ଼ିଶା ଇଂଟରନ୍ୟାସନାଲ୍ ସେଂଟରର ଅଧ୍ୟକ୍ଷ ଶ୍ରୀ ପରେଶ ନାୟକ ଓ ବିଶିଷ୍ଟ ସମାଜସେବୀ ଉଦ୍ୟୋଗପତି ଶ୍ରୀ ବିଭୂତି ଭୂଷଣ କର । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାଂଚଟି ସହଜ ଶ୍ଳୋକ ସମସ୍ତ ଜଗନ୍ନାଥ ଭକ୍ତ ମୁଖସ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରାଯାଇଛି । ଏହି ପାଂଚଟି ଶ୍ଳୋକ ଭାରତର ସବୁ ଭାଷା ତଥା ବିଶ୍ୱର ପ୍ରମୁଖ ଭାଷାରେ ଅନୁବାଦ କରାଯାଇ ବଂଟନ କରାଯିବ । ବିଶ୍ୱରେ ଯେଉଁ ଯେଉଁ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ଅବସ୍ଥିତ ଅଛି, ସେହିସବୁ ସ୍ଥାନମାନଙ୍କରେ ଗୋଟେ ଗୋଟେ କେନ୍ଦ୍ର ପ୍ରସ୍ତୁତ କରାଯାଇ ଏହି ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରାଯିବ । ବର୍ଷବ୍ୟାପୀ ଶ୍ରୀ ଜଗନ୍ନାଥ ମହୋତ୍ସବ ଅଭିଯାନ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କ ଉଦ୍ୟମରେ କାର୍ଯ୍ୟକାରୀ କରାଯିବ । କଳିଯୁଗରେ ଭଗବାନଙ୍କ ନାମ ଉଚ୍ଚାରଣକୁ ଶ୍ରେଷ୍ଠ ସେବାର ଆଖ୍ୟା ଦିଆଯାଇଛି । ଭକ୍ତମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ଳୋକ ଉଚ୍ଚାରଣ କଲେ ମନ ଭିତରେ ମଇଳା ସଫା ହେବା ସହ ଆଧ୍ୟାତ୍ମିକ ଶକ୍ତିର ଅଭିବୃଦ୍ଧି ଘଟିବ ବୋଲି କୁହାଯାଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପ୍ରଚାର ଅଭିଯାନ ଅନନ୍ୟ ସଫଳତା ଲାଭ କରିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଜାତୀୟ ଯୁବ ଦିବସ ଅବସରରେ ୪ଜଣ କୃତି ଯୁବକଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ସେମାନେ ହେଲେ ପୁରୀର ବିଶିଷ୍ଟ ଯୁବନେତା ସୁଭାଶିଷ ଖୁଂଟିିଆ, ବିଶିଷ୍ଟ ମଂଚ ଉପସ୍ଥାପକ ଇଂ. ଡକ୍ଟର ଶ୍ରୀନିବାସ ଘଟୁଆରୀ (ମିଲନ୍) ଏବଂ ଦୁଇଜଣ ଚିତ୍ରକର ରଶ୍ମିରଞ୍ଜନ ସ୍ୱାଇଁ ଏବଂ ଦୁର୍ଗାମାଧବ କର । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭାବଗ୍ରାହୀ ଶାନ୍ତି, କୁମୁଦିନୀ ପଣ୍ଡା ଓ ଗୀତାଞ୍ଜଳି ରଥ, ଶ୍ରୀ ଉଦୟ ଶାନ୍ତି ଶ୍ରୀ ହୃଷିକେଶ ମିଶ୍ର, ଶ୍ରୀମତୀ ସୁନିତା ମହାପାତ୍ର ଓ ଝରଣା ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *