Thursday , June 24 2021
Breaking News
Home / ବିଶେଷ / ବିଶିଷ୍ଟ ଶିକ୍ଷାବିତ,ଚିତ୍ର ଶିଳ୍ପୀ, ନାଟ୍ୟ ଶିଳ୍ପୀ,କ୍ରୀଡ଼ାବିତ ଚନ୍ଦ୍ର ଶେଖର ପଣ୍ଡା ଙ୍କ ଦେହାନ୍ତ

ବିଶିଷ୍ଟ ଶିକ୍ଷାବିତ,ଚିତ୍ର ଶିଳ୍ପୀ, ନାଟ୍ୟ ଶିଳ୍ପୀ,କ୍ରୀଡ଼ାବିତ ଚନ୍ଦ୍ର ଶେଖର ପଣ୍ଡା ଙ୍କ ଦେହାନ୍ତ

କଳାହାଣ୍ଡି, ୨୦/୦୫/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲାର ଜଣେ ବିଶିଷ୍ଟ ବ୍ୟକ୍ତି ଚନ୍ଦ୍ର ଶେଖର ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି। ସେ  ଏକାଧାରରେ ଜଣେ କ୍ରିଡାବିତ, ଚିତ୍ରଶିଳ୍ପୀ, ଶିକ୍ଷାବିତ ଓ ସମାଜ ସଂସ୍କାରକ ଭାବେ ସ ଜିଲ୍ଲାରେ ସୁପରିଚିତ ଥିଲେ। ଆଜି ଭବାନୀପାଟଣାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଜୁନାଗଡ, ଭବାନୀପାଟଣା ସମେତ ସାରା ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି।ଚନ୍ଦ୍ର ଶେଖର ପଣ୍ଡା କଳାହାଣ୍ଡି ଫୁଟବଲ ଟିମର ଗୋଲ କିପର ଭାବେ ଦୀର୍ଘଦିନ ଧରି ଖେଳିବା ସହ ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିଥିଲେ। ଏହାସହ ସେ ଜଣେ ଉଚ୍ଚକୋଟୀର ବ୍ୟାଡମିଣ୍ଟନ ଖେଳାଳି ଥିଲେ। ଚିତ୍ର କଳାରେ ମଧ୍ୟ ତାଙ୍କର ବିଶେଷ ରୁଚି ଥିଲା ଓ ସେ ଜଣେ ଉତ୍ତମ ଚିତ୍ରକର ଥିଲେ। ଶିକ୍ଷା ସମାପ୍ତି ପରେ ଚନ୍ଦ୍ର ଶେଖର ପଣ୍ଡା ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରି ନିଜ ଜୀବନ କାଳ ମଧ୍ୟରେ ଅନେକ ସୂଯୋଗ୍ୟ ଶିଷ୍ୟ ତିଆରି କରିଛନ୍ତି। ଜୁନାଗଡ ହାଇସ୍କୁଲ ଓ ବ୍ରଜମୋହନ ହାଇସ୍କୁଲରେ ସେ ଅଧ୍ୟାପନା କରିଥିଲେ। ଜଣେ ନିଷ୍ଠାପର ଶିକ୍ଷକ, କ୍ରୀଡ଼ାବିତ ଓ ଚିତ୍ରଶିଳ୍ପୀ ଭାବରେ ତାଙ୍କର ବିଶେଷ ସୁନାମ ରହିଛି। ତାଙ୍କର ଆବର୍ତ୍ତମାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ …

Leave a Reply

Your email address will not be published. Required fields are marked *