Sunday , June 20 2021
Home / କୃଷି / ବିଳମ୍ବରେ ତଳି ରୁଆ,ଧାନକୁ ମରୁଡି ଭୟ

ବିଳମ୍ବରେ ତଳି ରୁଆ,ଧାନକୁ ମରୁଡି ଭୟ

ଗରଦପୁର, ୨୩/୦୮/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ ଧାନ ତଳି ରୁଆ କାର୍ଯ୍ୟ ଏବେ ଯୋରସୋରରେ ଆରମ୍ଭ କରାଯାଉଛି । ବହୁ ବିଳମ୍ବରେ ବର୍ଷା ହେବା ଓ ଚାଷ କାର୍ଯ୍ୟାରେ ବିଳମ୍ବ ହେଉଥିବା ଆଶଙ୍କାରେ ଚାଷୀମାନେ ଚାଷ ଜମି ନିକଟସ୍ଥ ଜଳାଶୟମାନଙ୍କରୁ ପାଣି ବୋହି ଜମିକୁ ହଳ କରି ଚାଷ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ବର୍ଷା ଅଭାବରୁ ବିଳମ୍ବରେ ତଳି ପକାଯିବା ଏବଂ ଧାନ ତଳି ରୋଇବା କାର୍ଯ୍ୟରେ ଏଭଳି ଅହେତୁକ ବିଳମ୍ବ ହୋଇଥିବା ଚାଷୀ ମହଲରୁ କୁହାଯାଉଛି । ପ୍ରକାଶ ଯୋଗ୍ୟ ଯେ,ଏ ସବୁ ସରକାରୀ ଅଧିକ ଅମଳ କ୍ଷମ ଧାନ ବିହନ ଯେଉଁ ଦିନ ଠାରୁ ତଳି କହାଯାଇଥାଏ,ପରବର୍ତୀ ସମୟରେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଧାନ ଗଛରୁ ଥୋଡ ଓ କେଣ୍ଡା ବାହାରିଥାଏ । ତେବେ ଚଳିତ ବର୍ଷ ବହୁ ବିଳମ୍ବରେ ଅନେକ ଚାଷୀ ଏହି କିସ୍ମ ତଳି ଜମିରେ ରୋଉଥିବାରୁ ଅନେକ ଧାନ ମରୁଡିର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣତଃ ଅକ୍ଟୋବର ମାସ ପରେ ବର୍ଷାର ପରିମାଣ ହ୍ରାସ ପାଇଥାଏ । ତେଣୁ ଏବେ ରୁଆ ଯାଉଥିବା ଅନେକ ଧାନ ଗଛରୁ ଠିକ୍ କେଣ୍ଡା ଧରିବା ବେଳେକୁ ପାଣିର ଅଭାବ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଏହି ଅଳରେ କାଁ ଭାଁ ଉଠା-ଜଳସେଚନ ପ୍ରକଳ୍ପ ରହିଛି , ଯାହାକି ବିଭାଗୀୟ ଅପାରଗତା କାରଣରୁ ସେଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡିଛି । ଯେଉଁ ଅଳ୍ପ କେତକ ଉଠା-ଜଳସେଚନ ପ୍ରକଳ୍ପ ରହିଛି,ସେଗୁଡିକୁ ପାଣି ପଂଚାୟତଗୁଡିକୁ ହସ୍ତାନ୍ତର କରାଯାଇଛି । ମାତ୍ର ସଚଳ ଥିବା ଉଠା-ଜଳସେଚନ ପ୍ରକଳ୍ପର ଦାଇତ୍ୱରେ ରହିଥିବା ସବୁ ପାଣି ପଂଚାୟତଗୁଡିକ ସକ୍ରୀୟ ନ ଥିବାରୁ ଅର୍ଦ୍ଧାଧିକ ଉଠା -ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବାରେ ସମସ୍ୟା ଦେଖାଯାଉଛି । ତେଣୁ ବହୁ ସ୍ଥାନରେ କ୍ଷେତକୁ ପାଣି ମଡାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଚଳିତ ବର୍ଷ ମରୁଡି ଜନିତ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ରହିଛି ବୋଲି ଅଂଚଳର ବହୁ ଅଭିଜ୍ଞ ତଥା ବରିଷ୍ଠ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ,ଚଳିତ ବର୍ଷ ଅଧିକ ପରିମାଣର ସରକାରୀ ଅଧିକ ଅମଳକ୍ଷମ ଧାନ ବିହନକୁ ବ୍ୟବହାର କରି ଚାଷୀ ଧାଡି ରୁଆ ପ୍ରଣାଳୀରେ ଚାଷ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *